ପଥରରେ ଛେଚି ରାଜମିସ୍ତ୍ରୀଙ୍କୁ ହତ୍ୟା ଘଟଣା: ହତ୍ୟାକାରୀକୁ ଧରିବା ସହିତ କ୍ଷତିପୂରଣ ଦାବି ନେଇ ପରିବାର ଲୋକେ ମୃତଦେହ ରଖି କଲେ ରାସ୍ତା ଅବରୋଧ

ବାଲେଶ୍ୱର/ ଚାନ୍ଦିପୁର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଅଧୀନ ଗୁଡୁ ପଞ୍ଚାୟତର ବାଘମୁଣ୍ଡାଠାରେ ଗତ ସୋମବାର ଏକ ହତ୍ୟାକାଣ୍ଡ ଘଟିଥିଲା। ଏହି ହତ୍ୟାକାଣ୍ଡରେ ସୋମବାର ଜଣେ ଯୁବକଙ୍କୁ କେହି ଦୁର୍ବୃତ୍ତ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ମୃତ ଯୁବକ ଜଣକ ହେଉଛନ୍ତି, ସଦର ଥାନା ଅଧୀନ ସଇପୁର ଅଞ୍ଚଳ ଇଞ୍ଚୁଡିଆ ଗ୍ରାମର ବାଙ୍କା ଦଳେଇଙ୍କ ପୁଅ ସପନ ଦଳେଇ ଓ ବୟସ ୩୦ବର୍ଷ ବୋଲି ସେ ରାଜମିସ୍ତ୍ରୀ କାମ କରନ୍ତି ବୋଲି ଜଣାପଡ଼ିଛି।

ତେବେ ମଙ୍ଗଳବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକେ ଚାନ୍ଦିପୁର-ବାଲେଶ୍ୱର ରାସ୍ତା ସୁନହାଟ ନିକଟରେ ସପନ ଦଳେଇର ମୃତଦେହକୁ ରଖି ରାସ୍ତା ଅବରୋଧ କରିଥିଲେ। ସେମାନଙ୍କ ଦାବି ଥିଲା କି, ୨୪ଘଣ୍ଟା ବିତିଥିଲେ ହେଁ ହତ୍ୟାକରୀକୁ କାହିଁକି ଏଯାବତ୍‌ ଗିରଫ କରାଯାଇନାହିଁ। ଏଥିସହି କ୍ଷତିପୂରଣ ଦାବି କରିଥିଲେ। ଏହି ରାସ୍ତା ଅବରୋଧ ଫଳରେ ଚାନ୍ଦିପୁର-ବାଲେଶ୍ୱର ଉଭୟ ପାର୍ଶ୍ୱରେ ଅନେକ ସମୟ ଧରି ଯାତାୟାତରେ ଅସୁବିଧା ପରିଲକ୍ଷିତ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ଗତକାଲି ଏହି ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ଚାନ୍ଦିପୁର ପୁଲିସ ପହଞ୍ଚି ରକ୍ତଭିଜା ପଥର ଜବତ କରିବା ସହିତ ସପନ ଦଳେଇଙ୍କ ଶବକୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ୮୫/୧୮ରେ ନମ୍ବରରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି।

ତେବେ ଘଟଣାସ୍ଥଳ ନିକଟରେ ଏକ ଚିଙ୍ଗୁଡିଘେରି ନିକଟରେ ଏକ ବେଆଇନ ମଦ ଦୋକାନ ରହିଛି। ମୃତ ଯୁବକ ଗତକାଲି ସେଠାରେ କିଛି ଯୁବକମାନଙ୍କ ସହ ମଦ ପିଇବାକୁ ଯାଇଥିଲେ। ତେବେ ଏଠାରେ ବୋଧ ହୁଏ କୌଣସି କାରଣରୁ ଅନ୍ୟମାନଙ୍କ ସହ ଯୁକ୍ତିତର୍କ ହେବା ପରେ ଏହି କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର