ପରିତ୍ୟକ୍ତ କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର

ପାଇକସାହି: ଅନୁଗୁଳ ଜିଲ୍ଲା ଆଠମଲିକ ବ୍ଲକର ଠାକୁରଗଡ଼ ଥାନା ଅନ୍ତର୍ଗତ ମାମୁରିଝରଣ ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଆଜି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଲେ ସାନଦୁଲା ପଞ୍ଚାୟତ ଜୟପୁର ଗ୍ରାମର ମୋହନ ନାୟକ ।

ସୂଚନା ଅନୁସାରେ ମୋହନ ତାଙ୍କ ଭିଣୋଇଙ୍କ ଘର ମାମୁରିଝରଣ ଗ୍ରାମରେ କିଛି ଦିନ ହେବ ରହି ଆସୁଥିଲେ । ଏଠାରେ ସେ ଶ୍ରମିକ ଭାବେ କାମ କରୁଥିଲେ । ପରିତ୍ୟକ୍ତ କୂଅରେ ଏକ ମୃତଦେହ ଭାସୁଥିବା ଦେଖି ଗାଁଲୋକେ ଆଜି ସକାଳୁ ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇ ଟାପନଢ଼ାଲ ପାଣ୍ଡି ଅଧିକାରୀ କରୁଣାକର ନନ୍ଦ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ । ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଆଠମଲିକ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର