ପୁରୀ: ସତ୍ୟବାଦୀ ଥାନା ଅନ୍ତର୍ଗତ ଡେଲଙ୍ଗା ବ୍ଳକ ଅଂଚଳରେ ଜଣେ ଲୋକଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଅଭୟମୁଖୀ ପଂଚାୟତର ସମିତିର ସଭାପତି ତଥା ସ୍ଥାନୀୟ ଅଂଚଳର ବିଶିଷ୍ଟ ଜନପ୍ରିୟ ନେତା କୃଷ୍ଣଚନ୍ଦ୍ର ସେନାପତି (୪୮)ଙ୍କର ମୃତଦେହ ବୁଧବାର ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ସତ୍ୟବାଦୀ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇଛି।
ସ୍ୱର୍ଗତ ସେନାପତିଙ୍କୁ ହତ୍ୟା କରି କେହି ଏହିପରି ଟାଙ୍ଗି ଦେଇଛନ୍ତି ବୋଲି ପ୍ରତକ୍ଷ୍ୟଦର୍ଶୀମାନେ ପ୍ରକାଶ କରିଛନ୍ତି। ତାଙ୍କ ମୃତଦେହକୁ ଏକ ଗାମୁଛାରେ ବନ୍ଧା ହୋଇ ଏକ ସିଲିଂ ଫ୍ୟାନ୍ରେ ଝୁଲି ରହିଥିଲା। ଉଭୟ ଦୁଇପାଦ ଚଟାଣରେ ଲାଗି ରହିଥିଲା। କବାଟ ଭିତରୁ ବନ୍ଦ ନଥିଲା। କେବଳ ଆଉଜା ହୋଇଥିଲା।
ଅନ୍ୟାନ୍ୟ ପାରିପାର୍ଶ୍ୱିକ ପରିସ୍ଥିତିରୁ କେହି ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ନିମନ୍ତେ ଏହି କାଣ୍ଡ କରିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ପୁଲିସ ପକ୍ଷରୁ ବିଧିବଦ୍ଧ ତଦନ୍ତ କରାଗଲେ ଘଟଣାର ପର୍ଦ୍ଦାଫାଶ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/suicide-in-hanging.jpg)