ପୁରୀ: ଶନିବାର ସମୁଦ୍ରରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ନାମ ରଘୁବେନନ୍ଦ୍ରା ଗୁରଜାର ଓ ବୟସ ୧୮ବର୍ଷ । ମୃତ ଯୁବକର ପିତାଙ୍କ ନାମ ଜାନ୍ଦେଲ ସିଂହ ଘର ଗ୍ଵାଲିୟର ଜିଲ୍ଲାରେ ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ରଘୁବେନନ୍ଦ୍ରା ଗୁରଜାର ଶନିବାର ତା’ର ମାମୁଁଘର ସହିତ ପୁରୀ ସୁମଦ୍ର କୂଳ ବୁଲିବାକୁ ଆସିଥିଲା। ରଘୁବେନନ୍ଦ୍ରା ମାମୁଁର ନାମ ରଘୁବୀର ଗୁରଜାର । ଏହି ସମୟରେ ମଜାମସ୍ତିରେ ସମୁଦ୍ରରେ ଗାଧୋଉଥିବା ସମୟରେ ହଠାତ୍ ଏକ ବଡ଼ ଲହଡି ଆସିଥିଲା। ରଘୁବେନନ୍ଦ୍ରା ଗୁରଜାର ସେହି ଲହଡିରୁ ବାହାରି ପାରି ନଥିଲେ ଓ ବୁଡି ଯାଇଥିଲା। ଲହଡି ଫେରିବା ପରେ ଅଚେତ ଅବସ୍ଥାରେ ପରିବାରଲୋକେ ରଘୁବେନନ୍ଦ୍ରାଙ୍କୁ ସେଠାରୁ ଉଦ୍ଧାର କରି ପୁରୀ ଡାକ୍ତରଖାନା ଆଣିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରଥିଲେ। ଏହି ଘଟଣା ସମ୍ପର୍କରେ ଖବର ପାଇ ସମୁଦ୍ରକୂଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।