ଭଦ୍ରକ: କୁଟାଗଦା ତଳୁ ୨ ନିଖୋଜ ଛାତ୍ରଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ

ଭଦ୍ରକ: ଆଜି ସକାଳେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ ଜଗନ୍ନାଥପ୍ରସାଦ ପଞ୍ଚାୟତର କହୁଣିଆଖିଆ ଗ୍ରାମର ନିଖୋଜ ଦୁଇଜଣ ଛାତ୍ରଙ୍କ ମୃତଦେହ ଗାଁ ପୋଖରି ଆଡ଼ିରେ ଥିବାଏକ କୁଟାଗଦା ତଳୁ ଉଦ୍ଧାର କରାଯାଇଛି। ଏହି ଛାତ ଦୁଇଜଣଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମିଳିଥିିବା ସୂଚନ ଅନୁଯାୟୀ, ଜୟକୃଷ୍ଣପୁର ୟୁଜିଏମଇ ସ୍କୁଲର ୮ମ ଶ୍ରେଣୀ ଛାତ୍ର ସରୋଜ ପାଢ଼ୀ ଓ କୁଳମଣି ବାରିକ ଗତ ଦୁଇ ଦିନ ତଳେ ହଠାତ ନିଖୋଜ ହୋଇ ଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କ ପତ୍ତା ମିଳି ନ ଥିଲା। ଆଜି ପୋଖରି ଆଡ଼ି ଉପରେ ଥିବା ଏକ କୁଟା ବୁଦା ଭିତରୁ ଦୁର୍ଗନ୍ଧ ବାହାରିବାରୁ ଗାଁ ଲୋକେ ସେଠାକୁ ଯାଇ କୁଟା ହଟାଇବାରୁ ଦୁଇ ଜଣ ଛାତ୍ରଙ୍କ ଗଳିତ ମୃତଦେହ ସେଠାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଉଭୟ ଛାତ୍ରଙ୍କୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ କୁଟାଗଦା ତଳେ ଛୁପାଇ ରଖି ଦିଅଯାଇଥିିଲା ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର