ଅନୁଗୁଳ : ଦୁଇଟି ଭିନ୍ନଭିନ୍ନ ସ୍ଥାନରେ ହାତୀ ଓ ବାର୍‌ହା ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲାସ୍ଥିତ ସାପୁଇନାଲି ଉପରସାହି ଛେଣ୍ଡିପଦା ରେଞ୍ଜରେ ସୋମବାର ଗ୍ରାମବାସୀଙ୍କ ମାଡରେ ଏକ ଜଙ୍ଗଲୀ ବାର୍‌ହାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ବାର୍‌ହା ଜଙ୍ଗଲରୁ ଗ୍ରାମ ଭିତରକୁ ପଶି ଆସି ୪ ଜଣ ଗ୍ରାମବାସୀଙ୍କୁ  ଆକ୍ରମଣ କରିଥିଲା। ବାର୍‌ହା ଆକ୍ରମଣରେ ବୁଲୁ ପୁଧା, ଅମୀୟ ପ୍ରଧାନ ଓ ତାଙ୍କ ପତ୍ନୀ ମିନତି ପ୍ରଧାନ ଗୁରୁତର ଆହତ ହେଇଥିଲେ। ସମସ୍ତଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ବନ ବିଭାଗ ବାର୍‌ହା ମୃତ୍ୟୁ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତ ବାର୍‌ହାକୁ ଜବତ କରି ନେଇଛନ୍ତି।

ସେହିପରି ଅନୁଗୁଳ ଜିଲ୍ଲା ଜଗନ୍ନାଥପୁର ଗ୍ରାମରେ ଏକ ହାତୀର ମୃତ୍ୟୁ ହୋଇଥିବା ସୋମବାର ଗ୍ରାମବାସୀମାନେ ଜାଣିବାକୁ ପାଇଥିଲେ। ତେବେ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତ ହାତୀକୁ ଉଦ୍ଧାର କରିବା ସହିତ ହାତୀଟିର ମୃତ୍ୟୁ ଚାରିଦିନ ପୂର୍ବରୁ ହୋଇଥିବା ଜାଣିବାକୁ ପାଇଥିଲେ। ବ୍ୟବଚ୍ଛେଦ ପରେ ହାତୀଟିର ମୃତ୍ୟୁ କିପରି ହୋଇଛି ତାହା ଜଣା ପଡ଼ିବ। ୨ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ଘଟଣା ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର