ସୁନ୍ଦରଗଡ଼: ଚିକିତ୍ସାଧୀନ ଯୁବକଙ୍କର ମୃତ୍ୟୁ ପରେ ଉତ୍ତେଜିତ ଲୋକେ ଗୁରୁବାର ଫାଣ୍ଡିରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଥାନା କନିକା ପାଣ୍ଡିରେ ଆଜି ଏହି କାଣ୍ଡ କରିଛନ୍ତି। ସ୍କପିଓ ଧକ୍କାରେ ବୁଧବାର କନିକା ଗାଁର ଯୁବକ ଲିପୁନ ନାୟକ ଗୁରୁତର ହେବା ପରେ ତାଙ୍କୁ ସ୍ଥାନୀୟ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହା ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଲିପୁନର ମୃତ୍ୟୁ ଘଟିଥିଲା।
/sambad/media/post_attachments/wp-content/uploads/2019/07/sundar2-1024x498.jpg)
ସୂଚନା ପାଇ କନିକା ବିଟ୍ ପୁଲିସ ଦୁର୍ଘଟଣା ଘଟାଇଥିବା ସ୍କପିଓ ଜବତ ହୋଇଥିଲା। ମାତ୍ର ହେମଗିରି ଆଇଆଇସି ରାତିରେ ପହଂଚି ସ୍କପିଓ ଥାନାକୁ ଆଣିଥିଲେ ଓ ପରେ ଛାଡ଼ିଦେଇଥିଲା। ଏହା ପରେ ଆଜି ସକାଳୁ ଉତ୍ତେଜିତ ଲୋକେ କନିକା ଫାଣ୍ଡିରେ ଧାରଣାରେ ବସିଥିଲେ। ସେମାନଙ୍କର ଦାବି ଥିଲା ଯେ, ଆଇଆଇସି ଏଠାକୁ ଆସନ୍ତୁ ଓ ଗାଡ଼ି ଛାଡ଼ିବାର କାରଣ କୁହନ୍ତୁ। ମାତ୍ର ଆଇଆଇସି ନ ଆସିବାରୁ ଲୋକେ ଅନ୍ୟ ଉପାୟ ନ ପାଇ ଭଙ୍ଗାରୁଜା ଆରମ୍ଭ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/sundar1.jpg)