ଦେବଗଡ଼ ପୁଲିସର ସଫଳତା: ୧୯ଟି ବାଇକ ଜବତ, ୬ ଗିରଫ

ଦେବଗଡ: ପୁଲିସକୁ ଏକ ବଡ ସଫଳତା ମିଳିଛି । ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୁଲିସ ୧୯ ଟି ବାଇକ ଜବତ କରିବା ସହିତ ୬ ଜଣକୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯିବ ବୋଲି ଦେବଗଡ଼ ଥାନାରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ଏସଡିପିଓ ସୁଲେମାନ ଏକ୍କା ପ୍ରକାଶ କରିଛିା

ସୁଚନାରୁ ପ୍ରକାଶ ଯେ , ଦେବଗଡ଼ ପୁଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଂଚଳ ଚଢଉ କରିବା ପରେ ପ୍ରଥମେ ଚକୁଳିଆ ଗ୍ରାମର ବୁଧୁ କାଲୋକୁ ଦେବଗଡ଼ ପୁଲିସ ଗିରଫ କରିଥିଲା । ତା ପରେ ଉକ୍ତ ବାଇକ ଚୋରି ର‍୍ୟାକେଟ ସଂପର୍କରେ ଜଣାପଡିଥିଲା । ଘଟଣାରେ ସଂପୃକ୍ତ ଥିବା ପୁରୁକୁଣ୍ଡା ଗ୍ରାମର ମାୟାଧର ହସ୍ତୀ , ସୁନାମୁଣ୍ଡା ଗ୍ରାମର ଡିଲେଶ୍ୱର ପାତ୍ର, ସୁନାମୁଣ୍ଡା ଗ୍ରାମର ସୁଜିତ ନାୟକ ,ଲିଙ୍ଗରାଜ ପାତ୍ର ଏବଂ ତପନ ସାମଲକୁ ପୁଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ଜବତ ହୋଇଥିବା ବାଇକ ଗୁଡିକ ରାଉଲକେଲା ୫ଟି ବାଇକ, କେଉଁଝର ଅଂଚଳର ୬ଟି , ସମ୍ବଲପୁରର ୪ଟି , ବରଗଡ ଗୋଟିଏ ଏବଂ ଦେବଗଡ଼ ଜିଲ୍ଲାର ୩ଟି ଅଂଚଳର ବୋଲି ଜଣାପଡିଛି । ଆୟୋଜତ ସମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଥାନା ଭାରପ୍ରାପ୍ତ ଅଧିକାରୀ ଆଶିଷ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର