ଘରକୁ ଫେରିପାରିିଲେନି ଆଈ- ନାତୁଣୀ, ଅଜଣା ଗାଡି ଧକ୍କାରେ ମୃତ୍ୟୁ

ଦେବଗଡ଼: ବିଧିର ବିଧାନ ବଡ ବିଚିତ୍ର। ନିକଟସ୍ଥ ଦୋକାନକୁ ବିସ୍କୁଟ କିଣି ସାରି ଘରକୁ ଫେରୁଥିବାବେଳେ ଦେବଗଡ ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥର ପଳସାକୁଦର ନିକଟରେ ଏକ ଅଜଣା ଗାଡି ଧକ୍କାରେ ଆଈର ମୃତ୍ୟୁ ଘଟିଥିବାବେଳେ ଦୁନିଆକୁ ଭଲ କରି ଦେଖିିନଥିବା ୩ ବର୍ଷର ଯାଆଁଳା ନାତୁଣୀର ମୃତ୍ୟୁ ଘଟିଥିବାବେଳେ ଆଉ ଜଣେ ନାତୁଣୀ ଜୀବନ ସହିତ ସଂଗ୍ରାମ କରୁଛିା ମିଳିଥିବା ସୂଚନା ଅନୁଯାୟୀ, ପଳସାକୁଦର ଗ୍ରାମର ରମେଶ ପାତ୍ରଙ୍କ ସ୍ତ୍ରୀ ନିରୁ ପାତ୍ର (୫୮) ନିଜର ଯାଆଁଳା ନାତୁଣୀ (ନିଜ ପୁଅର ଝିଅ) ଛବି (୩) ଓ ରୁବି (୩)ସହିତ ନିକଟସ୍ଥ ଏକ ଦୋକାନକୁ ବିସ୍କୁଟ କିଣିବା ପାଇଁ ଆସିଥିଲେ। କିନ୍ତୁ ଘରକୁ ଫେରିବା ବାଟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ସେମାନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତରଖାନାରେ ଆଈ ନିରୁ ଓ ନାତୁଣୀର ମୃତ୍ୟୁ ଘଟିଥିଲା । ଛବିର ଅବସ୍ଥା ସଂଙ୍କଟାପନ୍ନ ରହିଥିବାବେଳେ ତାକୁ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାଟି ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସମ୍ବନ୍ଧିତ ଖବର