ଛାତ୍ରୀଙ୍କ ଭିଡିଓ ଭାଇରାଲ ଘଟଣା : ୩ କଲେଜ ଛାତ୍ରଙ୍କ ସହ ୫ ଗିରଫ

ଦେବଗଡ଼ : ୨ ଜଣ କଲେଜ ଛାତ୍ରୀ ମାତାଲ ଅବସ୍ଥାରେ ଛାତ୍ରଙ୍କ ସହ ବୁଲିବା ଭିଡିଓ ସୋସିଆଲ୍‌ ଭାଇରାଲ୍‌ ହେବା ଘଟଣାରେ ପୁଲିସ୍‌ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ୩ ଜଣ କଲେଜ ଛାତ୍ର ଥିବା ଜଣାପଡ଼ିଛି। ଭିଡିଓ ଭାଇରାଲ୍‌ ସଂପର୍କରେ ଗୁରୁବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଦେବଗଡ଼ ଏସ୍‌ପି ବି.ଗଙ୍ଗାଧରଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ୍‌ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଏହି ଟିମ୍‌ ଗୁରୁବାର ଜିଲ୍ଲା ତଥା ଜିଲ୍ଲା ବାହାରେ କେତେକ ସ୍ଥାନରେ ଚଢ଼ଉ କରି ୪ ଜଣଙ୍କୁ ଅଟକ ରଖିଥିଲା। ତେବେ ଶୁକ୍ରବାର ଆଉ ଜଣଙ୍କୁ ପୁଲିସ୍‌ ଧରି ଆଣିବା ସହ ସେମାନଙ୍କ ନିକଟରୁ ମୋବାଇଲ୍‌ ଫୋନ୍‌ ଜବତ କରିଥିଲା। ଅଟକ ୫ ଜଣଙ୍କୁ ଗିରଫ କରାଯାଇଥିବା ଏସ୍‌ପି ସୂଚନା ଦେଇଛନ୍ତି। ଏ ନେଇ ଆଜି ଛାତ୍ରୀଙ୍କ ପରିବାର ପକ୍ଷରୁ ମଧ୍ୟ ଦେବଗଡ଼ ଥାନାରେ ଲିଖିତ ଏତଲା ଦିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର