ବାଇକ ଦୁର୍ଘଟଣାରେ ଇଂଜିନିୟରିଂ ଛାତ୍ର ମୃତ, ଜଣେ ଗୁରୁତର 

ଦେବଗଡ଼: ଗୁରୁବାର ରାତି ପ୍ରାୟ ୯ଟା ୪୫ରେ ଦେବଗଡ଼ ଥାନା ବୁଢିବିଲ ଗ୍ରାମ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଅନ୍ୟଜଣେ ଛାତ୍ର ଗୁରତର ଥିବା ଜଣାପଡିଛି। ଅନୁଗୁଳର ଏକ କଲେଜରେ ଇ˚ଜିନୟରିଂ ପଢୁଥିବା ପୌରାଞ୍ଚଳର ପଣ୍ତାସାହିର ଦେବଦତ୍ତ ନନ୍ଦ ପୁଅ କୁମାର ସୌରଭ ନନ୍ଦ(୨୨)ଙ୍କୁ ଦେବଗଡ଼ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଛି। ତାଙ୍କ ସହ ଥିବା ଖପରସାହିର ଝସକେତନ ନାଥ ପୁଅ ଅଭୟ ନାଥ(୨୨)ଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି। ଉଭୟେ କଲେଜର ଫର୍ମ ଫିଲପ ସାରି ବାଇକରେ ଦେବଗଡ ଫେରୁଥିଲେ। ଦେବଗଡ଼ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର