ବୋହୂକୁ ହତ୍ୟା ଘଟଣା: ୪ ଜେଲ ଗଲେ

ଦେବଗଡ଼: ଜିଲ୍ଲା ବହୁ ଚର୍ଚ୍ଚିତ ବୋହୂକୁ ତଣ୍ଟି ଚିପି ହତ୍ୟା କରିବା ପରେ ରେଙ୍ଗାଲି ଡ୍ୟାମ ଜଳ ଭଣ୍ଡାରରେ ଫିଙ୍ଗିବା ଘଟଣାରେ ପୁଲିସ୍‌ ବୋହୂ ସୋନାଲିଙ୍କ ଶାଶୂ ଇନ୍ଦୁମତି ବେହେରା, ଶ୍ୱଶୁର ରବୀନ୍ଦ୍ର ବେହେରା, ମାଉସୀ ଶାଶୂ ଦୁଃଖୀ ପ୍ରଧାନ ଓ ମାମୁଁ ଶ୍ୱଶୁର ଶିବ ପ୍ରଧାନଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିଲା। ତେବେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ପ୍ରକାଶଥାଉ କି ଗତ ଜାନୁଆରି ୨୬ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ୧୦ ଦିନ ଧରି ଖୋଜାଖୋଜି ପରେ ଓଡ୍ରାଫ୍‌ ଟିମ୍‌ ସୋମବାର ବସ୍ତାରେ ଭର୍ତ୍ତି ସୋନାଲିଙ୍କ ଗଳିତ ଶବ ଜଳ ଭଣ୍ଡାରରୁ ଉଦ୍ଧାର କରିଥିଲା। ମଙ୍ଗଳବାର ଅନୁଗୁଳ ଜିଲ୍ଲା ପାଳଲହଡ଼ା ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯିବା ସହ ପୁଲିସ୍‌ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର