ଖାଉଟି ଅଦାଲତରେ େଓ୍ଵସକୋ ଦଣ୍ଡିତ

ଦେବଗଡ଼: ଦେବଗଡ ଜିଲ୍ଲା ଖାଉଟି ଅଦାଲତ ଏକ ମାମଲାର ବିଚାର କରି  ଓ୍ଵସକୋ ଦେବଗଡ ଡିଭିଜନକୁ ଦଣ୍ଡିତ କରିଛି। ରିଆମାଳ ଥାନା ରେଙ୍ଗାଳବେଡା ଗ୍ରାମର ସହଦେବ ବେହେରାଙ୍କୁ ଘରୋଇ ବିଦ୍ୟୁତ ଲାଇନ ବାବଦକୁ ଗତ ୨୦୧୭ ମସିହା ମାର୍ଚ୍ଚରେ େଓ୍ଵସକୋ ଦେବଗଡ ଡିଭିଜନ ଅଧିନସ୍ଥ ରିଆମାଳ ସେକ୍ସନ କର୍ତ୍ତୃପକ୍ଷ ୮୨ ହଜାର ୩୧୭ ଟଙ୍କାର ଏକ ବକେୟା ବିଲ ପ୍ରଦାନ କରିବା ସହ ୭ ଦିନ ମଧ୍ୟରେ ଏହି ଦେୟ ପ୍ରଦାନ ନକଲେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବାକୁ ଚେତାବନୀ ଦେଇଥିଲେ।

ଘରୋଇ ଲାଇନରେ ଏତେ ବଡ ପରିମାଣର ବକେୟା ବିଲ ପାଇଥିବାରୁ ଉପଭୋକ୍ତ ସହଦେବ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ସେ ବିଭାଗୀୟ ରିଆମାଳ ସେକ୍ସନର କନିଷ୍ଠ ଯନ୍ତ୍ରୀ ଓ ଦେବଗଡ ଏସଡିଓଙ୍କୁ ଜଣାଇ ଏହାକୁ ସଂଶୋଧନ କରିବାକୁ ନିବେଦନ କରିଥିଲେ । ମାତ୍ର ସେମାନେ ଏହି ତ୍ରୁଟିଯୁକ୍ତ ବିଲ୍‌କୁ ସଂଶୋଧନ ନକରି ଦିନ ଗଡାଇ ଚାଲିଥିଲେ। ଫଳରେ ବକେୟା ଅର୍ଥର ପରିମାଣ ଆହୁରି ଅଧିକ ବଢିଯାଇଥିଲା। ଏହି ବିଲ ସଂଶୋଧନ ନିମନ୍ତେ େଓ୍ଵସକୋ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ନଯିବାରୁ ସହଦେବ ବାଧ୍ୟ ହୋଇ ନ୍ୟାୟ ନିମନ୍ତେ ଖାଉଟି ଅଦାଲତର ଆଶ୍ରୟ ନେଇଥିଲେ। ଏ ମାମଲାର ବିଚାର କରି ଜିଲ୍ଲା ଖାଉଟି ଅଦାଲତ େଓ୍ଵସକୋ, ଦେବଗଡ ଡିଭିଜନ ଓ ରିଆମାଳ ସେକ୍ସନର କନିଷ୍ଠ ଯନ୍ତ୍ରୀଙ୍କୁ ମିଳିତ ଭାବେ ଦୋଷୀ ସାବ୍ୟସ୍ତ କରି ୩୦ ଦିନ ମଧ୍ୟରେ ଉକ୍ତ ତ୍ରୁଟିଯୁକ୍ତ ବିଲକୁ ସଂଶୋଧନ କରି ଏକ ସଂଶୋଧିତ ବିଲ ପ୍ରଦାନ କରିବା ସହ ମୋକଦ୍ଦମା ପରିଚାଳନା ଖର୍ଚ୍ଚ ବାବଦକୁ ସହଦେବଙ୍କୁ ୧୫ ଶହ ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର