ଛାତ୍ର ଉତ୍ତେଜନାକୁ ଦୃଷ୍ଟିରେ ରଖି ଦେବଗଡ଼ କଲେଜ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ

ଦେବଗଡ଼: ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ପରେ ଦେବଗଡ଼ ମହାବିଦ୍ୟାଳୟ ଅଶାନ୍ତ ହୋଇପଡ଼ିଛି। ଛାତ୍ରମାନଙ୍କ ମଧ୍ୟରେ ଚରମ ବିଶୃଙ୍ଖଳା ଦେଖାଯିବା ପରେ କର୍ତ୍ତୃପକ୍ଷ ବାଧ୍ୟ ହୋଇ ମହାବିଦ୍ୟାଳୟକୁ ଅନିଦ୍ଧିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରିଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷା ସନ୍ତୋଷିନୀ ଶତପଥୀ କହିଛନ୍ତି, ଷ୍ଟାଫ କାଉନସିଲର ନିଷ୍ପତ୍ତି କ୍ରମେ ତଥା ଛାତ୍ର ଉତ୍ତେଜନାକୁ ଦୃଷ୍ଟିରେ ରଖି ଅନିର୍ଦ୍ଧିଷ୍ଟ କାଳ ପାଇଁ ମହାବିଦ୍ୟାଳୟକୁ ବନ୍ଦ ରଖାଯାଇଛି।

ପୂର୍ବରୁ ମହାବିଦ୍ୟାଳୟରୁ ସୋମବାର ୨ଟି ଉପସ୍ଥାନ ପଞ୍ଜୀକରଣ ଖାତା ଚୋରୀ ହୋଇ ଯାଇଥିଲା। ଏହା ପରେ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରି ଦିଆଯାଇଥିଲା। ନିର୍ବାଚନ ବାତିଲ କରାଯିବା ପରେ କଲେଜ ଛାତ୍ରଛାତ୍ରୀମାନେ ତୀବ୍ର ବିରୋଧ କରିଥିଲେ। ଛାତ୍ରଛାତ୍ରୀମାନେ ମଙ୍ଗଳବାର ଏକ ବାଇକ ର‍୍ୟାଲିର ଆୟୋଜନ କରି ଅତିରିକ୍ତ ଜିଲ୍ଲାପାଳ ଧରମ ହାଂସଦାଙ୍କ ଅନୁପସ୍ଥିତିରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ମାତ୍ର ଏଥିରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ନିର୍ବାଚନ ଦାବିରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଥିଲେ। ମହାବିଦ୍ୟାଳୟ ଗେଟ୍‌ରେ ତାଲା ପକାଇ ରାସ୍ତାରେ ଧାରଣା ଦେଇଥିଲେ।

ସମ୍ବନ୍ଧିତ ଖବର