ଅଂଶୁଘାତ ମୁକାବିଲା ପ୍ରସ୍ତୁତି ଆରମ୍ଭ

ଦେବଗଡ଼: ଚଳିତ ବର୍ଷ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ଅଂଶୁଘାତ ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ପାଠୀଙ୍କ ଅଧ୍ୟକ୍ଷତାରେ ଡିଆରଡିଏ ସଭାକକ୍ଷରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସ୍ୱତନ୍ତ୍ର ରିଲିଫ କମିସନରଙ୍କ ଦ୍ୱାରା ପ୍ରସ୍ତୁତ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟଖସଡା ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ। ବୈଠକର ନିଷ୍ପତି ଅନୁଯାୟୀ ଅଂଶୁଘାତର ମୁକାବିଲା ନିମନ୍ତେ ଜନସଚେତନତା ସୃଷ୍ଟି ପାଇଁ ପୋଷ୍ଟର, ବ୍ୟାନର, ଲିଫ୍‌ଲେଟ୍‌ ମାଧ୍ୟମରେ ପ୍ରଚାର ପ୍ରସାର କରାଯିବ। ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ପର୍ଯାପ୍ତ ପରିମାଣର ଔଷଧ, ଓଆରଏସ ରଖାଯିବା ସଂଗେ ସଂଗେ ଅଂଶୁଘାତ ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।

ଗ୍ରାମାଂଚଳରେ ପାନୀୟ ଜଳର ସୁବିଧା ନିମନ୍ତେ ଅଚଳ ଥିବା ନଳକୂପଗୁଡିକର ତୁରନ୍ତ ମରାମତି ଏବଂ ପାଇପ୍‌ ଜଳଯୋଗାଣ ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ନିମନ୍ତେ େଓ୍ଵସକୋର ନିର୍ବାହ ଯନ୍ତ୍ରୀ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଶିକ୍ଷାନୁଷ୍ଠାନରେ କାର୍ଯ୍ୟନିର୍ଘଣ୍ଟ ସହ ପିଇବା ପାଣିର ବ୍ୟବସ୍ଥା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ପୈାରାଂଚଳ, ଗ୍ରାମାଂଚଳ ଓ ସହରାଂଚଳରେ ଜଳଛତ୍ର ଖୋଲାଯିବାକୁ ନିଷ୍ପତି ନିଆଯାଇଥିଲା। ଶ୍ରମିକଙ୍କ କାର୍ଯ୍ୟନିର୍ଘଣ୍ଟରେ ମଧ୍ୟ ପରିବର୍ତନ କରିବାକୁ ସ୍ଥିର କରାଗଲା। ଜିଲ୍ଲା କାର୍ଯ୍ୟାଳୟଠାରୁ ଆରମ୍ଭ କରି ବ୍ଲକସ୍ତର ଏବଂ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯିବାକୁ ନିଷ୍ପତି ନିଆଯାଇଥିଲା। କୈାଣସି ପ୍ରକାର ଜରୁରୀ ପ୍ରସ୍ତୁତି ସୃଷ୍ଟି ହେଲେ ଜିଲ୍ଲା ଜରୁରିକାଳୀନ ଅଧିକାରୀଙ୍କ ଟେଲିଫୋନ୍‌ ନଂ-୨୨୬୮୪୩ କିମ୍ବା ୯୮୫୩୦୪୬୨୨୧ ସହିତ ଯୋଗାଯୋଗ କରାଯାଇପାରିବ। ଅତିରିକ୍ତ ଜିଲ୍ଲାପାଳ ଧରମ ହାଁସଦା, ବିଧାୟକ ପ୍ରତିନିଧି ଗୁଣାକର ବେହେରାଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ସମସ୍ତ ବିଡିଓ ଯୋଗ ଦେଇଥିଲେ। ଜିଲ୍ଲା ଜରୁରିକାଳୀନ ଅଧିକାରୀ ସୁଶାନ୍ତ ନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର