ଟ୍ରାକ୍ଟର ଓଲଟିଲା, ଡ୍ରାଇଭର ଗୁରୁତର

0 54

ବେଲପାହାଡ଼: ଲଖନପୁର ବ୍ଲକ୍‌ ଦଲଗାଁ ପଞ୍ଚାୟତ ନେଗିପାଲି ରାସ୍ତା ପାର୍ଶ୍ୱରେ ଥିବା ପଥର କ୍ୱାରିଠାରେ ଏକ ଟ୍ରାକ୍ଟର (ଓଆର ୧୫ଏଫ ୨୯୧୪) ଓଲଟି ଯିବାରୁ ଡ୍ରାଇଭର ଅନୀଲ ରୋହିଦାସ (୨୨) ଗୁରୁତର ଆହତ ହୋଇଛନ୍ତି। ଟ୍ରାକ୍ଟରରେ ଜମିରେ କାଦୁଆ କରି ଫେରୁଥିବା ସମୟରେ ବୁଧବାର ଅପରାହ୍‌ଣରେ ଏହି ଦୁର୍ଘଟଣା ଘଟିଥିଲା। ନେଗିପାଲି ଗ୍ରାମବାସୀ ଉଦ୍ଧାର କରିବା ସହ ସଂଜ୍ଞାହୀନ ଅବସ୍ଥାରେ ତାଙ୍କୁ ବେଲପାହାଡ଼ ଟିଆରଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜେସିବିରେ ଟ୍ରାକ୍ଟରଟିକୁ କଢ଼ା ଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.