ଯୈତୁକ ନିର୍ଯାତନା ମାମଲା: ବାପ, ମା’ ଓ ପୁଅ କୋର୍ଟ ଚାଲାଣ

ରିଆମାଳ: କୁଣ୍ଢେଇଗୋଳା ଥାନା ନୂଆଡିହି ପଂଚାୟତ ମଲାରବାହାଳ ଗ୍ରାମରେଯୈତୁକ ଜନିତ ଆତ୍ମହତ୍ୟା ମାମଲାରେ ପୁଲିସ୍‌ ଅଟକ ରଖିଥିବା ବାପା, ମା’ ଓ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଛି। ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ଜେଲ୍‌ ପଠାଇ ଦିଆଯାଇଛି। ଦେଢ ବର୍ଷ ତଳେ ଖିଲେଇ ପଂଚାୟତ ସିଆରିମାଳିଆ ଗ୍ରାମର ଲକ୍ଷ୍ମଣ ସାହୁଙ୍କ ଝିଆ ରଶ୍ମିତା (୨୦) ମଲାରବାହାଳ ଗ୍ରାମର ବିନୋଦ ପ୍ରଧାନ ଓ ଟିକେଇ ପ୍ରଧାନଙ୍କ ପୁଅ ଯୋଗେଶ୍ୱର (୨୫)କୁ ବିବାହ କରିଥିଲେ। ପରେ ଯୈାତୁକ ଦାବି କରି ରଶ୍ମିତାଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା। ଏହା ଅସହ୍ୟ ହେବାରୁ ରଶ୍ମିତା ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର