ଦେବଗଡ଼: ଗତ ରବିବାର ବିଳମ୍ବିତ ରାତିରେ ଦେବଗଡ଼ ପୌରାଞ୍ଚଳ ରଜାମୁଣ୍ଡାର ପ୍ରଦୀପ ସାହୁଙ୍କ ଘରୁ ହୋଇଥିବା ଚୋରି ଘଟଣାରେ ଦେବଗଡ଼ ପୁଲିସ୍ ବୁଧବାର ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରଘୁ କାରିଗର ଓ ରାକେଶ ସ୍ୱାଇଁ। ସେମାନଙ୍କଠାରୁ ପୁଲିସ୍ କାନଫୁଲ, ପାଉଁଜି, ଲେଡିଜ୍ ଓ୍ଵାଚ୍, ଦୁଇଟି ମୋବାଇଲ୍ ଆଦି ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍ପି ଦେବୀପ୍ରସାଦ ଦାଶ ସୂଚନା ଦେଇଛନ୍ତି।
ପ୍ରକାଶଥାଉ କି ରଜାମୁଣ୍ଡା ନୂଆସାହିର ଦୁଃଖବନ୍ଧୁ ମାଝୀଙ୍କ ଘରେ ଭଡ଼ାରେ ରହୁଥିବା ଶ୍ରୀ ସାହୁ ଗତ ୧୩ ତାରିଖରୁ ଗାଁକୁ ଯାଇଥିଲେ। ୧୬ ତାରିଖ ଫେରି ଘରର ତାଲା ଭଙ୍ଗା ଯାଇଥିବା ଓ ଭିତରୁ ସୁନା ଗହଣା ସହ ୯୦୦୦ ଟଙ୍କା ଚୋରି ହୋଇଥିବା ଜାଣି ପାରିଥିଲେ। ଏ ନେଇ ଥାନାରେ ଏତଲା ଦେବା ପରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଆଜିର ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଥାନା ଭାରପ୍ରାପ୍ତ ଅଧିକାରୀ ଆଶିଷ ଜେନା ଉପସ୍ଥିତ ଥିଲେ।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର