ବିଡିଓଙ୍କୁ ଦାବିପତ୍ରରିଆମାଳ: ରିଆମାଳ ବ୍ଲକ କଣ୍ଟାବାହାଳ ପଂଚାୟତରେ ପାନୀୟ ଜଳଯୋଗାଣ ସମସ୍ୟା ଗୁରୁତର ରହିଛି। ବର୍ତମାନ ସ୍ୱଜଳଧାରା ଯୋଜନା ଚାଲୁଛି। ପଂଚାୟତର ଗୋହିଡା ଗ୍ରାମର ୪ଟି ସାହି ମଧ୍ୟରୁ କୁକୁଡା ତଇଲା ସାହିକୁ ଏହି ଯୋଜନାରୁ ବାଦ୍ ଦିଆଯାଇଛି। ଏହି ସାହିର ଶତାଧିକ ଲୋକ ଘୋର ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ସଂପର୍କରେ ସରପଂଚ ତଥା ପଂଚାୟତ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ କୈାଣସି ସୁଫଳ ମିଳି ନଥିଲା। ବାଧ୍ୟ ହୋଇ ବିଡିଓ ଶିବ ଟପୋଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଗୁରୁବାର ବିଏସଏସଓ ସୁଜନ ସାହୁଙ୍କୁ ଦିଆଯାଇଛି। ଏହି ସମୟରେ ଯୋଗାଣ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଆରଡବ୍ଲୁଏସଏସ ଜେ.ଇ ହିଲାରିସ ତିର୍କୀଙ୍କୁ ଏହି ଘଟଣା ସଂପର୍କରେ ପଚାରିବାରୁ ସେ ନିଜେ ଯାଇ ଘଟଣାର ଅନୁଧ୍ୟାନ କରିବା ସହିତ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି କହିଛନ୍ତି।
କଣ୍ଟାବାହାଳରେ ପାନୀୟ ଜଳ ସମସ୍ୟା
/sambad/media/post_attachments/wp-content/uploads/2018/05/deba-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)