କେନ୍ଦୁପତ୍ର ବିଭାଗ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ରିଆମାଳ: ମାଳିଚୁଆରେ ବୁଧବାର କେନ୍ଦୁପତ୍ର ବିଭାଗ ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଏସସିସିଏଫ ପ୍ରକାଶଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ରେଞ୍ଜର ବିନୋଦ ବିହାରୀ ସାହୁ, ଫରେଷ୍ଟର ତପନ ଦ୍ୱିବେଦୀ ଅତିଥି ଥିଲେ। ୪ ଶହ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା। ଫରେଷ୍ଟ ଗାର୍ଡ ମିହିର ପ୍ରକାଶ ଗିରି, ବିଶ୍ୱନାଥ ସାହୁ, କୁମୁଦ ନାୟକ ଓ ଓ୍ଵାଚର୍‌ ଦିବାକର କାଲେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର