ପ୍ରେମିକାକୁ ବନ୍ଦ କୋଠରିରେ ରଖିଥିବା ଅଭିଯୋଗ

ଦେବଗଡ଼/ରିଆମାଳ: ପ୍ରେମ ବିବାହ ପାଇଁ ଘରୁ ଉଠାଇ ନେଇଥିବା ଜଣେ ପ୍ରେମିକ ନିଜ ଗାଁର ଜଣେ ଯୁବତୀଙ୍କୁ ଗୋଟିଏ ଘରେ ବନ୍ଦୀ କରି ରଖିଥିବା କୁଣ୍ଡେଇଗୋଳା ଥାନାରେ ଅଭିଯୋଗ ହୋଇଛି। ଯୁବତୀଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତି କରି କୁଣ୍ଡେଇଗୋଳା ଥାନାରେ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଘଟଣାରେ କାହାକୁ ଗିରଫ କରାଯାଇନାହିଁ। ସଂଜୟ ଗୁମାନ ସିଂ ନାଁରେ ପୁଲିସ ମାମଲା ରୁଜୁ କରିଥିବା ବେଳେ ଗତ ଜାନୁଆରି ୨୬ ତାରିଖରେ ଯୁବତୀଙ୍କୁ ଉଠାଇ ନେଇ ସେ କାହା ସହ ଏଯାଏ ଯୋଗାଯୋଗ ରଖୁ ନଥିବା ଅଭିଯୋଗରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର