ନାବାଳିକାଙ୍କୁ ଅସଦାଚରଣ

ଇବଥର୍ମାଲ: ନାବାଳିକାକୁ ଅସଦାଚରଣ କରୁଥିବା ଅଭିଯୋଗରେ ଯୁବକକୁ ସଂପୃକ୍ତ ନାବାଳିକାର ପରିବାର ଲୋକେ ନିସ୍ତୁକ ମାଡ଼ ଦେଇଥିବା ଜଣାପଡ଼ିଛି। ମାଡ଼ରେ ଯୁବକ ଜଣକ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ବେଳେ ଉଭୟଙ୍କ ପରିବାର ପକ୍ଷରୁ ବନହରପାଲି ଥାନାରେ ପୃଥକ ପୃଥକ ଏତଲା ଦିଆଯାଇଛି।ନାବାଳିକା ଜଣକ ମଙ୍ଗଳବାର ନିଜ ଘର ପାଖ ଜଙ୍ଗଲକୁ ଛେଳି ଚଳରାଇବାକୁ ଯାଇଥିବା ବେଳେ ସେଠାରେ ତାଙ୍କୁ ଏକାକୀ ଦେଖି ବିଜିଆର୍‌ ଲେବର୍‌ କଲୋନିର ଚିତ୍ତରଞ୍ଜନ ରାମ (୨୧) ଅସଦାଚରଣ କରିବାକୁ ଚେଷ୍ଟା କରିଥିଲା। ମାତ୍ର ଝିଅଟି ଏହାର ବିରୋଧ କରି ଚିତ୍କାର କରିବାରୁ ଚିତ୍ତର ସେଠାରୁ ଫେରାର୍‌ ମାରିଥିଲା। ପରେ ଝିଅଟି ଆସି ଘର ଲୋକଙ୍କୁ ସବୁ କଥା କହିବା ପରେ ସେମାନେ ଲେବର୍‌ କଲୋନି ସ୍ଥିତ ଘରକୁ ଯାଇ ଚିତ୍ତକୁ ନିସ୍ତୁକ ମାଡ଼ ମାରିଥିଲେ। ଗୁରୁତର ଅବସ୍ଥାରେ ସେ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ପୁଲିସ୍‌ ଉଭୟ ପକ୍ଷର ଏତଲାକ୍ରମେ ଦୁଇଟି ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ସୂଚନାଥାଉ କି ଚିତ୍ତ ବିଜିଆର୍‌ କମ୍ପାନି ଅଧୀନରେ ଓପିଜିସିର ତୃତୀୟ ଓ ଚତୁର୍ଥ ୟୁନିଟ୍‌ରେ ଶ୍ରମିକ ଭାବେ କାର୍ଯ୍ୟ କରେ।

ସମ୍ବନ୍ଧିତ ଖବର