ଫେସବୁକରେ ବିଧାୟକଙ୍କ ଫେକ ଆକାଉଣ୍ଟ

ଦେବଗଡ: ଯୁବ ପିଢି ସୋସିଆଲ ମିଡିଆରେ ଗ୍ରହଣ କରିବା ସହ ସହଜରେ ବିଭିନ୍ନ ବିଷୟରେ ଜାଣିପାରୁଛନ୍ତି। ହେଲେ, ଜିଲ୍ଲାରେ ବର୍ତ୍ତମାନ ଫେସକୁବରେ ଘୂରି ବୁଲୁଛି ଫେକ ଆକାଉଣ୍ଟ। ଏଥିରୁ ବାଦ ପଡିନାହାନ୍ତି ଦେବଗଡ ବିଧାୟକ ନିତେଶ ଗଙ୍ଗଦେବ। ତାଙ୍କ ନାଁରେ କିଏ ଜଣେ ଫେକ ଆକାଉଣ୍ଟ ଖୋଲି ଲୋକଙ୍କୁ ଫ୍ରେଣ୍ଡ ରିକୁଏଷ୍ଟ ପଠାଇବା ପରେ ଫ୍ରେଣ୍ଡ ରିକୁଏଷ୍ଟ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ସହ ଚାଟିଙ୍ଗ କରିବା ପରେ କିଛି ଦିନ ପରେ ସେମାନଙ୍କ ଠାରୁ ଅର୍ଥ ମଧ୍ୟ ମାଗୁଥିବା ଅଭିଯୋଗ ହୋଇଛି। ଉକ୍ତ ଘଟଣା ସଂପର୍କରେ ଜିଲ୍ଲା ପୁଲିସ ପକ୍ଷରୁ ଏକ ନିରପେକ୍ଷ ତଦନ୍ତ ଦାବି ହେଉଛି। ଏସଂପର୍କରେ ବିଧାୟକ ନିତେଶ ଗଙ୍ଗଦେବଙ୍କ ସହ ଯୋଗାଯୋଗ କରିବାରୁ ତାଙ୍କର କୌଣସି ଫେସବୁକ ଆକାଉଣ୍ଟ ନଥିବା ପ୍ରକାଶ କରିବା ସହ ସେ ଉକ୍ତ ଘଟଣା ସଂପର୍କରେ ଜାଣିବା ପରେ ଦେବଗଡ ଏସପିଙ୍କୁ ଏନେଇ ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର