ଦେବଗଡ: ୪୯ନଂ ଜାତୀୟ ରାଜପଥରେ ପଥରଗଡ ବ୍ରିଜରେ ଫାଟ

ଦେବଗଡ଼: ତିଳେଇବଣି ବ୍ଲକ ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥରେ ଥିବା ପଥରଗଡ ବ୍ରିଜରେ ଫାଟ ସୃଷ୍ଟି ହୋଇଥିବା ବେଳେ ଉକ୍ତ ବ୍ରିଜ ଏବେ ବିପଦସଂଙ୍କୁଳ ଅବସ୍ଥାରେ ରହିଛି । ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ସଂପୃକ୍ତ ର୍ନିମାଣକାରୀ ସଂସ୍ଥା ପକ୍ଷରୁ ରବିବାର ବ୍ରିଜର ପାଖରେ ଥିବା ମାଟି ଗୁଡିକ ଉଙ୍ଗାଇଦେଇଥିଲା । ଯାହା ଫଳରେ ବ୍ରିଜର ଗୋଟିଏ ପିଲର ଭାଙ୍ଗି ଯିବା ସହିତ ବ୍ରିଜରେ ଫାଟ ସୃଷ୍ଟି ହୋଇଛି ।

ବ୍ରିଜ ବି କେତେବେଳେ ଭାଙ୍ଗି ଯିବ ତାହା ବି କହି ହେବ ନାହିଁ । ଉକ୍ତ ରାସ୍ତା କୋଲକାତାରୁ ମୁମ୍ବାଇକୁ ସଂଯୋଗ କରୁଥିବାବେଳେ ପ୍ରତିଦିନ ଶହଶହ ଗାଡି ଚଳାଚଳ କରୁଛି । ଏନେଇ ସଂପୃକ୍ତ ର୍ନିମାଣକାରୀ ସଂସ୍ଥା ପକ୍ଷରୁ ଏକ ଅସ୍ଥାୟୀ ରାସ୍ତା କରାଯାଇ ଗାଡି ଗୁଡିକ ଯାଉଥିବାବେଳେ ବର୍ତ୍ତମାନ ସେଥି ରାସ୍ତାଟି ଓ୍ଵାନ-େଓ ହୋଇଯାଇଛି । ଯାହା ଫଳରେ କି ଲୋକମାନେ ନାହିିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତିା ତେବେ ଉକ୍ତ ଅଂଚଳବାସୀ ର୍ନିମାଣକାରୀ ସଂସ୍ଥା ଦାୟିତ୍ୱହୀନତା ଯୋଗୁଁ ଏପରି ହୋଇଥିବା ଅଭିଯୋଗ କରିଛନ୍ତିାଏନେଇ ଏନଏଚଆଇ ବିଭାଗ ପକ୍ଷରୁ ସଂପୃକ୍ତ ର୍ନିମାଣକାରୀ ସଂସ୍ଥାକୁ ତାଗିଦ କରାଯିବା ସହିତ ରାସ୍ତାରେ ତୁରନ୍ତ ଡାଇଭର୍ସନ ର୍ନିମାଣ ପାଇଁ ତାଗିଦ କରାଯାଇଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର