ପ୍ରଭାଶୁଣୀ ଜଙ୍ଗଲରେ ଦନ୍ତା ଶିକାର ଘଟଣାରେ ଜଣେ ଗିରଫ

ଦେବଗଡ଼ : ଦେବଗଡ଼ ରେଞ୍ଜ ପ୍ରଭାଶୁଣୀ ଜଙ୍ଗଲରେ ଦନ୍ତା ଶିକାର କରି ଦାନ୍ତ କାଟି ନେବା ଘଟଣାରେ ବନ ବିଭାଗ ଜଣେ ଶିକାରୀକୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଥିଲା। ଏହି ଶିକାରୀ ହେ‌େଲ, ଦୁଧପଶି ଗ୍ରାମର ଇଷଧର ଲାର୍କା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ପ୍ରାପ୍ତ ସୂଚନାନୁସାରେ ଗତ ସେପ୍‌ଟେମ୍ବର ୨୭ ତାରିଖ ଦିନ ପ୍ରଭାଶୁଣୀ ଜଙ୍ଗଲରେ ଏକ ଦନ୍ତା ହାତୀର ଗଳିତ ଶବ ପଡ଼ିଥିବା ଗ୍ରାମବାସୀ ବନ ବିଭାଗକୁ ସୂଚନା ଦେଇଥିଲେ। ଶିକାରୀମାନେ ହାତୀଟିକୁ ମାରି ଦାନ୍ତ କାଟି ନେବା ସହ ଶୁଣ୍ଢଟିକୁ ମଧ୍ୟ କାଟି ଜଙ୍ଗଲରେ ଅନ୍ୟତ୍ର ପକାଇ ଫେରାର୍ ହୋଇଯାଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀର ଶବ ଓ ଶୁଣ୍ଢ ଜବତ କରି କରିବା ସହ ପରେ ତିଲେଇବଣୀ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବନ କରାଯାଇତିଲା। ଏ ସ˚ପର୍କରେ ଅକ୍ଟେବର ୩୧ ତାରିଖ ଦିନ ‘ସମ୍ବାଦ’ରେ ‘ଘଟଣାର ଏକ ମାସ ପରେ ବି ବନ ବିଭାଗର ହାତ ଖାଲି’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର