ଦେବଗଡ଼ : ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଦେବଗଡ଼ : ଜିଲ୍ଲାର ତିଲେଇବାନୀ ବ୍ଲକ ଅନ୍ତର୍ଗତ ହାଡମୁଣ୍ଡା ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଥିବା ଜଣାପଡ଼ିଛି। ଗତକାଲି ଗ୍ରାମର କ୍ଷେତ୍ରବାସୀ ନାୟକ(୫୮) ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଶିକାର ହୋଇଥିଲେ।

ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି ଦେବଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କ ଅବସ୍ଥା ସଂକଟଜନକ ହେବାରୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ସମ୍ବନ୍ଧିତ ଖବର