ଅସହ୍ୟ ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି

ଦେବଗଡ଼: ଗୁରୁବାର ଦ୍ୱିପହରୁ ଜିଲ୍ଲାର ସମସ୍ତ ଅଂଚଳରେ ଘଡଘଡି ପବନ ସହ ପ୍ରବଳ ବର୍ଷା ହୋଇଥିଲା। ଯାହା ଫଳରେ କି ଜିଲ୍ଲାବାସୀ ଆଶ୍ୱସ୍ତି ପାଇଛନ୍ତି। ରିଆମାଳ ବ୍ଲକର ଖିଲେଇ ଗ୍ରାମରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ୪ରୁ ୫ଟି ଘରର ଛପର ଉଡାଇ ନେଇଛି। ସେମାନଙ୍କ କ୍ଷୟକ୍ଷତି ଆକଳନ କରାଯାଇ ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ବର୍ଷାଯୋଗୁଁ ବିଭିନ୍ନ ଗ୍ରାମରେ ବିଦ୍ୟୁତ ସରାବରାହ ମଧ୍ୟ ବିଚ୍ଛିନ୍ନ ରହିଛି।

ସମ୍ବନ୍ଧିତ ଖବର