ରିଭଲ୍‌ଭର ଓ ଅଫୁଟା ଗୁଳି ଜବତ, ଯୁବକ ଗିରଫ

ଦେବଗଡ଼: ଜିଲ୍ଲାର ନିର୍ମାଣାଧୀନ ବାରକୋଟ ନୂଆ ବସଷ୍ଟାଣ୍ଡ ନିକଟରୁ ରବିବାର ବାରକୋଟ ପୁଲିସ ଏକ ବେଆଇନ ରିଭଲ୍‌ଭର ସହ ଜୀବନ୍ତ ଗୁଳି ଜବତ କରିଛି। ଘଟଣାରେ ଜଣେ ଯୁବକ କଲା ଗାଁର କାଳିଆ ସାହୁକୁ ଗିରଫ କରାଯାଇଛି। ଆଉ ଜଣେ ଅଭିଯୁକ୍ତ ଜୟନ୍ତ ସେଠ ଫେରାର ଥିବା ପୁଲିସ୍‌ କହିଛି। ବେଆଇନ ଭାବେ ରିଭଲ୍‌ଭର ଓ ବିସ୍ଫୋରକ ରଖା ଯାଇଥିବା ବାରକୋଟ ପୁଲିସକୁ ସୂଚନା ମିଳିଥିଲା। ସେଠାରେ ପୁଲିସକୁ ଦେଖି କଲା ଗ୍ରାମରେ ଘରଜ୍ୱାଇଁ ଭାବେ ରହୁଥିବା ରେଢାଖୋଲ ଅଞ୍ଚଳର ଜୟନ୍ତ ସେଠ ଫେରାର ହୋଇଯାଇଥିଲା। ବାରକୋଟ ଆଇଆଇସି ଆନନ୍ଦ ଡୁଙ୍ଗଡୁଙ୍ଗ ଘଟଣାର ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର