ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି:‘ନଭେମ୍ବର ୧୫ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ’

ଦେବଗଡ଼: ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ଦାବିରେ ୧୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ଓକିଲ ସ˚ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିଲା। ତେବେ ପଶ୍ଚିମ ଓଡିଶା ଓକିଲ ସ˚ଘ କ୍ରିୟାନୁଷ୍ଠାନ କମିଟି ଆହ୍ବାନକ୍ରମେ ଆସନ୍ତା ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ରବିବାର ଦେବଗଡ଼ ଓକିଲ ସ˚ଘର ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ଦିଲୀପ ଗୁରୁ ସୂଚନା ଦେଇଛନ୍ତି। ଏହା ସହିତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ବେଳେ ଜାମିନ ସଂପର୍କିତ କୌଣସି ଆବେଦନକୁ ବିଚାର ନ କରିବା ପାଇଁ ସମସ୍ତ ଅଦାଲତଙ୍କୁ ସ˚ଘ ପକ୍ଷରୁ ଅନୁରୋଧ କରାଯାଇଛି। ଜିଲ୍ଲାରେ ପଞ୍ଜିକୃତ ସମସ୍ତ ନୋଟାରୀ ପବ୍ଲିକ ଷ୍ଟାମ୍ପ୍‌ ଭେଣ୍ତର, ଡିଡ୍‌ ରାଇଟରମାନଙ୍କ ସହ ଜନସାଧାରଣଙ୍କୁ ମଧ୍ୟ ଆନ୍ଦୋଳନରେ ସହଯୋଗ କରିବା ପାଇଁ ସ˚ଘ ପକ୍ଷରୁ ଅନୁରୋଧ କରାଯାଇଛି। ଉପରୋକ୍ତ ଦାବିରେ ଆସନ୍ତା ବୁଧବାର କଚେରି ଆଗରେ ୨ ଘଣ୍ଟିଆ ଧାରଣା ଦିଆଯିବ ବୋଲି ଶ୍ରୀ ଗୁରୁ ସୂଚନା‌ ଦେଇଛନ୍ତି। ସମ୍ମିଳନୀରେ ସ˚ପାଦକ ବିକାଶ ପ୍ରଧାନ, ସଦସ୍ୟ ଜୟ ଭଗବାନ ଅଗ୍ରଵାଲ, ଆଶୁତୋଷ ଶର୍ମା ପ୍ରମୁଖ ମ˚ଚାସୀନ ଥିବା ବେଳେ ସଦସ୍ୟ ରଞ୍ଜନ ସାହୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର