ଦେବଗଡ଼: ଜିଲ୍ଲା ଶ୍ରମିକ ସଂଘ ଓ ବାମଣ୍ଡା ଅଟୋଚାଳକ ସଂଘ ସଭାପତି ସୁଧୀର ବ୍ରହ୍ମା ଶୁକ୍ରବାର ନିଜ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି। ଶ୍ରୀ ବ୍ରହ୍ମା ସମ୍ବଲପୁର ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ପହଞ୍ଚି ସମ୍ବଲପୁର ଲୋକସଭା ବିଜେପି ପ୍ରାର୍ଥୀ ନିତେଶ ଗଙ୍ଗଦେବ, ସମ୍ବଲପୁର ବିଧାନସଭା ପ୍ରାର୍ଥୀ ଜୟନାରାୟଣ ମିଶ୍ର, ଦେବଗଡ଼ ବିଧାନସଭା ପ୍ରାର୍ଥୀ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଦେବଗଡ଼ ଜିଲ୍ଲା ବିଜେପି ସଭାପତି ଅରୁଣ ସାହୁ, ସାଧାରଣ ସଂପାଦକ ଭାରତ ଭୂଷଣ ପ୍ରଧାନ, ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ଉପସଭାପତି ଆଲୋକ ମିଶ୍ର, ଉପସଭାପତି ସତ୍ୟନାରାୟଣ ପାଣି ଓ ପ୍ରୀତି ପରିମିତା ବେହେରା, ସୁଧୀର ପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ, ଶ୍ରୀ ବ୍ରହ୍ମା ପୂର୍ବରୁ ଯୁବ ସମତା କ୍ରାନ୍ତି ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଥିବା ବେଳେ ୨୦୧୪ ସାଧାରଣ ନିର୍ବାଚନରେ ଦେବଗଡ଼ରୁ ଓଡିଶା ଜନମୋର୍ଚ୍ଚାର ବିଧାୟୟକ ପ୍ରାର୍ଥୀ ହୋଇଥିଲେ।
ଯୁବନେତା ସୁଧୀର ବ୍ରହ୍ମା ବିଜେପିରେ
/sambad/media/post_attachments/wp-content/uploads/2019/04/bjp-party.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)