ଟ୍ରାକ୍ଟର ଓଲଟି ୪ ଆହତ

ଦେବଗଡ଼: ଦେବଗଡ-ରିଆମାଳ ରାସ୍ତାରେ ଟ୍ରାକ୍ଟର ଏକ ଖୋଲା ପାଣି ଟାଙ୍କି ନେଇ ଆସୁଥିବା ବେଳେ ହଠାତ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡିଥିଲା। ଉକ୍ତ ଟ୍ରାକ୍ଟରରେ ଥିବା ୪ ଜଣକୁ ଗୁରୁତର ଅବସ୍ଥାରେ ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଟ୍ରାକ୍ଟରଟି ଦେବଗଡ ଅଭିମୁଖେ ଆସୁଥିବା ବେଳେ ଚିକିଣିଘାଟି ନିକଟରେ ଭାରସାମ୍ୟ ହରାଇଥିଲା। ଗାଡିର ଡ୍ରାଇଭର ସମତେ ଆଉ ୩ ଜଣ ଟ୍ରାକ୍ଟରରେ ଚାପି ହୋଇ ରହି ଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ସେମାନଙ୍କୁ ଉଦ୍ଧାର କରିଥିଲା। ଆହତମାନେ ହେଲେ ରବି ମୁଣ୍ଡା (୧୮), ପ୍ୟାରା କେର୍କେଟା(୧୯), ବିକ୍ରମ ମୁଣ୍ଡା (୧୦), ରାଜେଶ ମୁଣ୍ଡା (୧୮)। ରବି ମୁଣ୍ଡା (୧୮) ଓ ପ୍ୟାରା କେର୍କେଟା (୧୯)ଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲା ମେଡିକାଲକୁ ପଠାଯାଇଛି। ଆହତଙ୍କ ଘର ଦେବଗଡ଼ ନୀଳବେଣୀ ସାହିରେ।

ସମ୍ବନ୍ଧିତ ଖବର