ୟୁରିଆ ସାର ଅଭାବ:ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ କୃଷକ ସେଲ୍‌

ଦେବଗଡ଼: ଦେବଗଡ ଜିଲ୍ଲାରେ ୟୁରିଆ ସାରର ଅଭାବକୁ ନେଇ ରାଜ୍ୟପାଳଙ୍କ ସହ ରାଜ୍ୟ ପ୍ରଦେଶ କଂଗ୍ରେସ କିଷାନ ସେଲ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକଙ୍କ ନେତୃତ୍ୱରେ ଦେବଗଡ ଜିଲ୍ଲା କଂଗ୍ରେସ କିଷାନ କ୍ଷେତ ମଜଦୁର ସଭାପତି ସନ୍ତୋଷ ସାହୁ ଆଲୋଚନା କରିଛନ୍ତି। ଜିଲ୍ଲାରେ ବର୍ତ୍ତମାନ ଚାଷ କାର୍ଯ୍ୟ ଚାଲିଥିବା ବେଳେ ଧାନ ଗଛର ବୃଦ୍ଧି ପାଇଁ ୟୁରିଆ ସାର ନିତାନ୍ତ ଆବଶ୍ୟକ। ଜିଲ୍ଲାର ସରକାରୀ ଗୋଦାମ ଗୁଡିକରେ ୟୁରିଆ ସାର ମହଜୁଦ ନଥିବା ବେଳେ ଚାଷୀାମନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଜିଲ୍ଲା କଂଗ୍ରେସ କୃଷକ ସେଲ ପକ୍ଷରୁ ଜିଲ୍ଲାକୁ ତୁରନ୍ତ ୟୁରିଆ ସାର ପ୍ରଦାନ ପାଇଁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର