ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଇ ପ୍ରତାରଣା

ବାମରା: ଗୋବିନ୍ଦପୁର ଥାନାଞ୍ଚଳର ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଇ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ଗର୍ଭପାତ କରାଇବା, ଜୀବନରେ ମାରି ଦେବାକୁ ଧମକ୍‌ ଦେବା ଆଦି ଅଭିଯୋଗରେ ପୁଲିସ ରାଜୁ ଟପୋ (୪୫) ନାଁରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଯୁବତୀ ଗର୍ଭପାତ ପାଇଁ ରାଜି ନ ହେବାରୁ ରାଜୁ କୁଆଡ଼େ ତାଙ୍କୁ ମିଛ କହି ଔଷଧ ଦେଇଥିଲା ଏବଂ ଏଥିରେ ଗର୍ଭ ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। ଗୋବିନ୍ଦପୁର ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର