ମୋବାଇଲ ଫାଟି ଯୁବକ ଆହତ,ବୁର୍ଲା ସ୍ଥାନାନ୍ତର

କୁଚିଣ୍ଡା: କୁଚିଣ୍ଡା ଥାନା ତିଲେଇମାଲ ପଞ୍ଚାୟତ ଦନସନାଡିହି ଗ୍ରାମରେ ଦୁଷ୍ମନ୍ତ ଖର୍ସେଲ (୧୮) ଏକ ମାଇକ୍ରୋମେକସ ମୋବାଇଲର ବ୍ୟାଟେରି ଫାଟି ଯିବାରୁ ଆହତ ହୋଇଛନ୍ତି। ମୋବାଇଲରେ ଲାଗିଥିବା ବ୍ୟାଟେରି କାଢି ସେ ଏକ ଆଉଟ ଚାର୍ଜରରେ ଚାର୍ଜ କରୁଥିଲେ। ବ୍ୟାଟେରି ଫାଟିବା ସମୟରେ ଯୁବକ ଜଣକ ହାତରେ ଚାର୍ଜର ଧରିଥିବାରୁ ହାତରେ ଆଘାତ ଲାଗିବା ସହ ଛାତିରେ ମଧ୍ୟ ମାଡ଼ ହୋଇଛି। ଆହତ ଅବସ୍ଥାରେ ତାକୁ ପ୍ରଥମେ କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର