ନିର୍ବାଚନ ନଆସୁଣୁ ହିଂସା: କାମାକ୍ଷାନଗର କଲେଜରେ ବୋମା ମାଡ଼

କାମାକ୍ଷାନଗର : କାମାକ୍ଷାନଗର ମହାବିଦ୍ୟାଳୟ ପରିସରରେ ଫୁଟିଛି ବୋମା। ଆଜି ପୂର୍ବାହ୍ଣରେ ପାଠପଢ଼ା ଚାଲିଥିବା ବେଳେ କେତେକ ସଶସ୍ତ୍ର ଯୁବକ ମହାବିଦ୍ୟାଳୟ ପରିସରରେ ପଶି ଅତର୍କିତ ବୋମାମାଡ଼ କରିବା ସହ ଛାତ୍ରସଂସଦର ସାଧାରଣ ସଂପାଦକ ଓ ତାଙ୍କର ଜଣେ ସହଯୋଗୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିବା ଘଟଣା ସହରବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଏଥିରେ ଛାତ୍ରନେତାଙ୍କ ସହ ତାଙ୍କ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆକ୍ରମଣ ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଗତ ଛାତ୍ରସଂସଦ ନିର୍ବାଚନକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା କୁହାଯାଉଛି। ଏହାକୁ କେନ୍ଦ୍ର କରି ଉତ୍ତେଜନା ଲାଗି ରହିଥିବାରୁ ମହାବିଦ୍ୟାଳୟ ପରିସରରେ ସଶସ୍ତ୍ର ପୁଲିସ ବାହିନୀ ମୁତୟନ କରି ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ସତର୍କ ନଜର ରଖାଯାଇଛି।

ସମ୍ବନ୍ଧିତ ଖବର