ପରଜଙ୍ଗ: ବଜ୍ରାଘାତରେ ୭ଜଣ ଗୁରୁତର

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଙ୍କଡାସୋଡା ଗ୍ରାମର ୭ ଜଣ ଗାଁ ପାଖ ସିମିଳିବାହାଳ ଜଙ୍ଗଲକୁ ଟୋଲ ଗୋଟାଇବାକୁ ଯାଇଥିବା ବେଳେ ବଜ୍ରାଘାତର ଶିକାର ହୋଇଛନ୍ତି। ସେମାନେ ସମେସ୍ତେ ଏକ କୁଡିଆରେ ଆଶ୍ରୟ ନେଇଥିଲେ। ସେଠାରେ ବଜ୍ରାଘାତପାତ ହେବାରୁ ସେଠାରେ ଥିବା ଗୁରୁତର ମାନଙ୍କୁ ପରିବାର ଲୋକେ ଖବର ପାଇ ପରଜଙ୍ଗ ଚିକିଶ୍ଚାଳୟରେ ଭର୍ତି କରିଛନ୍ତି। ସେହିପରି କଲଦା ଗ୍ରାମର ସଙ୍ଗିତା ନାୟକ ଘର ବାହାରେ ଥିବାବେଳେ ବଜ୍ରାଘାତ ହେବାରୁ ଗୁରୁତର ହୋଇ ପରଜଙ୍ଗ ଚିକିଶ୍ଚାଳୟରେ ଭର୍ତି ହୋଇଛନ୍ତି।

 

ସମ୍ବନ୍ଧିତ ଖବର