କ୍ରିକେଟ୍‌ ଖେଳ ବେଳେ ଅଘଟଣ:ତଳେ ପଡ଼ି ବାଳକ ମୃତ

ଓଡ଼ାପଡ଼ା: ମୋଟଙ୍ଗା ଥାନା ଅନ୍ତର୍ଗତ ରଂଜାସିଙ୍ଗା ଗ୍ରାମ ନିକଟ ଆମ୍ବତୋଟାଠାରେ ଆଜି କେତେକ ବାଳକ କ୍ରିକେଟ୍‌ ଖେଳୁଥିବା ବେଳେ ଅଘଟଣ ଘଟିଛି। ହଠାତ୍‌ ଜଣେ ବାଳକ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ୧୦ଟା ବେଳେ ରଂଜାସିଙ୍ଗା ଗ୍ରାମର ପ୍ରମୋଦ ସାହୁଙ୍କ ଏକମାତ୍ର ପୁତ୍ର ପ୍ରବୋଧ (୧୭) ଗ୍ରାମ ନିକଟ ଆମ୍ବତୋଟାଠାରେ ସାଙ୍ଗମାନଙ୍କ ସହ କ୍ରିକେଟ୍‌ ଖେଳୁଥିବା ବେଳେ ହଠାତ୍‌ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ମେରାମଣ୍ଡଳୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନୁଗୁଳ ଡାକ୍ତରଖାନାକୁ ନିଆଯାଇଥିଲ।। ସେଠାରେ ପ୍ରବୋଧଙ୍କ ମୃତ୍ୟୁ ହୋଇଥିଲା। ଏହି ଖବର ଜଣାପଡ଼ିବା ପରେ ରଂଜାସିଙ୍ଗା ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର