କଙ୍କଡ଼ାହାଡ଼: ବାଇକ୍‌- କାର ମୁହାଁମୁହିଁ ଧକ୍କା, ଜଣେ ମୃତ, ଜଣେ ଗୁରୁତର

କଙ୍କଡ଼ାହାଡ଼: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କିର୍ତ୍ତନପୁର ଠାରେ ଆଜିସକାଳ ପଆୟ ୮ଟାବେଳେ ଏକ ବାଇକ ଓ ଏକ କାର ମଧ୍ୟରେ ମୁହାଁମୁହିଁ ଧକ୍କାହୋଇଛି। ଏହି ଦୁର୍ଘଟରାରେ ବାଇକଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଏଥିରେ ଅନ୍ୟ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନାରୁ ପ୍ରକାଶ ଯେ,କଙ୍କଡ଼ାହାଡ ଥାନା ଅନ୍ତର୍ଗତ କନ୍ଧରା ଗ୍ରାମର ଭରତ ସିଂହ ଓ ଆରାଇ ସିଂହ ଏକ ବାଇକରେ କଙ୍କଡ଼ାହାଡ଼ରୁ ଗଡ଼ପଳାଶୁଣୀ ଅଭିମୁଖେ ଯାଉଥିବା ବେଳେ ଏକ କାର ଗଡ଼ପଳାଶୁଣିରୁ କଙ୍କଡ଼ାହାଡ଼ ଆଡକୁ ଆସୁଥିଲା। କିର୍ତ୍ତନପୁର ପାଖରେ ଅତି ଦୃତଗତିର ଆସୁଥିବା କାର ସହିତ ବାଇକ୍‌ଟିର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଭରତ ସିଂହଙ୍କର ମୃତ୍ୟୁ ଘଟିଥିଲା। ଆରାଇ ସିଂହ ଗୁରୁତର ଭାବେ ଆହତ ହୋଇଥିଲେ। ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟାଇଥିବା କାରଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଯାଇ ଜଙ୍ଗଲ ଭିତରେ ଅଟକି ରହିଛି। ଦୁର୍ଘଟଣା ପରେ କାର ଡ୍ରାଇଭର ଫେରାର ହୋଇ ଯାଇଥିିବା ଜଣାପଡ଼ିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର