ପ୍ରାର୍ଥୀଙ୍କୁ ଅଣଛାତ୍ରଙ୍କ ଆକ୍ରମଣ

ଢେଙ୍କାନାଳ: ଢେଙ୍କାନାଳ ସ୍ବୟ˚ ଶାସିତ ମହାବିଦ୍ୟାଳୟରେ କମର୍ସ ସୋସାଇଟି ସଭାପତି ପଦ ପାଇଁ ଏବିଭିପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଜଣେ ଛାତ୍ର ଏବ˚ ତାଙ୍କ ସମର୍ଥକଙ୍କୁ ଆଜି କେତେକ ଅଣଛାତ୍ର କଲେଜ ବାହାରେ ଆକ୍ରମଣ କରିଥିବା ଟାଉନ୍‌ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, କାମାକ୍ଷାନଗର ନୂଆଭାଗୀରଥିପୁର ଶାସନର ନାରାୟଣ ଦାଶଙ୍କ ପୁଅ ଦମୋଦର ଦାଶ(୧୯) ଢେଙ୍କାନାଳ ସ୍ବୟ˚ ଶାସିତ କଲେଜ ବାଣିଜ୍ୟ ବିଭାଗ ଦ୍ବିତୀୟ ବର୍ଷର ଛାତ୍ର। ସେ କଲେଜ ହଷ୍ଟେଲ୍‌ରେ ରହୁଛନ୍ତି। ଆଜି ଦାମୋଦର ଏବିଭିପି ସମର୍ଥନରେ କମର୍ସ ସୋସାଇଟି ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ପ୍ରାର୍ଥୀ ନହେବା ପାଇଁ କେତେଜଣ ଛାତ୍ର ଏବ˚ ଅଣଛାତ୍ର ତାଙ୍କୁ ଧମକ ଦେଇଥିଲେ। ସେ କିନ୍ତୁ ଏହାକୁ ଭ୍ରୂକ୍ଷେପ ନକରି ପ୍ରାର୍ଥିପତ୍ର ଦାଖଲ କରିବା ପରେ ଆଜି ଅପରାହ୍ଣରେ କଲେଜ ସମ୍ମୁଖ ରାଜରାସ୍ତାରେ ସେହି ଛାତ୍ର ଏବ˚ ଅଣଛାତ୍ରମାନେ ସ˚ଘ ବଦ୍ଧ ହୋଇ ଦାମୋଦରଙ୍କୁ ମାଡ଼ମାରି ଆକ୍ରମଣ କରିଥିଲେ। ଦାମୋଦରଙ୍କ ସହ ସେଠାରେ ଥିବା ତାଙ୍କ ସାଙ୍ଗ ଅରବିନ୍ଦ ନନ୍ଦ, ସୌରଭ ମହାନ୍ତି ପ୍ରମୁଖଙ୍କୁ ମଧ୍ୟ ଆକ୍ରମଣକାରୀମାନେ ଠେଲାପେଲା କରି ଘୋଷାଡ଼ିଥିଲେ ବୋଲି ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର