ବ୍ରାହ୍ମଣୀରୁ ନିଖୋଜ ଯୁବକଙ୍କ ଶବ ଉଦ୍ଧାର:ପୁଲିସ ପାଖରେ ଖବର ନାହିଁ

କଣିହାଁ: କଣିହାଁ ଥାନା ଦୁର୍ଗାପୁର ଗ୍ରାମରୁ ୩ ଦିନ ହେଲା ନିଖୋଜ ଥିବା କଛି ବେହେରା(୨୦)ଙ୍କ ଗଳିତ ଶବ ଆଜି ସକାଳେ ବ୍ରାହ୍ମଣୀ ନଦୀରୁ ଉଦ୍ଧାର କରାଯାଇଛି। ତେବେ ଏ ନେଇ ସ୍ଥାନୀୟ ପୁଲିସ୍‌ ପାଖରେ କୌଣସି ସୂଚନା ନଥିବା ଜଣାପଡ଼ିଛି। କଛି ଗତ ଶୁକ୍ରବାର ପୂର୍ବାହ୍ଣରେ ବ୍ରାହ୍ମଣୀ ନଦୀକୁ ଗାଧୋଇବା ବେଳେ ନଦୀର ସ୍ରୋତରେ ଭାସି ଯାଇଥିଲେ। ଅପରାହ୍ଣରେ ସେ ଆଉ ଘରକୁ ନଫେରିବାରୁ ତାଙ୍କ ପରିବାର ଓ ଗ୍ରାମବାସୀ ନଦୀ କୂଳରେ ଖୋଜାଖୋଜି କରି ନିରାଶ ହୋଇଥିଲେ। ଆଜି ସକାଳେ ଗାଁ ନିକଟ ବ୍ରାହ୍ମଣୀ ନଦୀ କୂଳରେ କଛିଙ୍କ ଗଳିତ ଶବ ପାଣିରେ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ପରିବାର ଲୋକ ଓ ଗ୍ରାମବାସୀ ନଦୀରୁ ଶବକୁ ଉଦ୍ଧାର କରି ମାଟିରେ ପୋତି ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର