ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ଛେଣ୍ଡିପଦା,: ଛେଣ୍ଡିପଦା ଥାନା କୋଶଳା ହାଟ ପିଣ୍ଡିରୁ ପୁଲିସ ଆଜି ବ୍ୟାଙ୍କ କର୍ମଚାରୀ ବନମାଳୀ ମୁଣ୍ଡା(୫୬)ଙ୍କର ମୃତଦେହ ଉଦ୍ଧାର କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ବନମାଳୀଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ସାରସକଣ ଗାଁରେ। ସେ କୋଶଳା ଓଭରସିଜ୍‌ ବ୍ୟାଙ୍କ ଶାଖାରେ କ୍ୟାସିୟର ଭାବେ ୧୯୮୧ରୁ ୧୯୯୦ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ।  ଶାଖା ପରିଚାଳକ ଭାବେ ପଦୋନ୍ନତି ପାଇ ବାରିପଦାକୁ ଯାଇଥିଲେ। ମାନସିକ ଭାରସାମ୍ୟ ହରାଇ ୨୦୦୫ ମସିହାରୁ ସେ କୋଶଳା ବଜାର ଓ ଆଖପାଖ ଅଞ୍ଚଳରେ ବୁଲୁଥିଲେ। କୋଶଳା ହାଟ ପଡ଼ିଆ ପିଣ୍ଡିରେ ବନମାଳୀଙ୍କ ମୃତଦେହ ପଡ଼ିଥିବା ଆଜି ସକାଳେ ସ୍ଥାନୀୟ ଲୋକେ ଦେଖିଥିଲେ। ସ୍ଥାନୀୟ ସରପଞ୍ଚ ବିଳାସ ସାହୁଙ୍କ ସୂଚନା କ୍ରମେ ପୁଲିସ ଅପରାହ୍‌ଣ ସାଢ଼େ ୫ଟାବେଳେ ଶବ ଜବତ କରିଛି। ଏ ସଂକ୍ରାନ୍ତରେ ପୁଲିସ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର