କାମାକ୍ଷାନଗର: ବାର୍‌ହା ଆକ୍ରମଣ ଯୋଗୁଁ ୩ ଆହତ

କାମାକ୍ଷାନଗର/ଢେଙ୍କାନାଳ: ରବିବାର ସକାଳେ ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ମକୁକାଟେଣୀ ପଞ୍ଚାୟତ ବାଘବସା ଗ୍ରାମର ତିନି ଜଣ ବ୍ୟକ୍ତି ବାର୍‌ହା ଆକ୍ରମଣ ଆହତ ହୋଇଛନ୍ତି।

ଆହତ ବ୍ୟକ୍ତିମାନେ ହେଲେ ନବ ପଧାନ, ଶ୍ରୀବତ୍ସ ପଧାନ, ବିମଳ ପଧାନ। ସେମାନେ ଜଙ୍ଗଲ ପାଖରେ ଥିବା ଖରିଫ ବିଲକୁ ତଳି ଉପାଡ଼ିକୁ ଯାଇଥିବା ବେଳେ ବଣୁଆ ବାର୍‌ହାଟାଏ ସେମାନଙ୍କୁ ଆକ୍ରମଣ କରିଥିଲା। ଆହତମାନଙ୍କୁ ୧୦୮ ଆମ୍ବୁଲାନ୍‌ସ୍‌ ଯୋଗେ ନିଆଯାଇ କାମାକ୍ଷାନଗର ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ନବ ପଧାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର