ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ଗସ୍ତ ଆଜି

ଢେଙ୍କାନାଳ: ଢେଙ୍କାନାଳ ସଂସଦୀୟ ନିର୍ବାଚନ କ୍ଷେତ୍ର ଏବଂ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଭାରତର ନିର୍ବାଚନ କମିସନଙ୍କ ପକ୍ଷରୁ ନିଯୁକ୍ତି ପାଇଥିବା ଦୁଇ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କର ଆସନ୍ତାକାଲି ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରକାଶଯୋଗ୍ୟ, ଢେଙ୍କାନାଳ ସଂସଦୀୟ ନିର୍ବାଚନ ମଣ୍ଡଳୀ(୦୯)ଅନ୍ତର୍ଗତ ଢେଙ୍କାନାଳ ବିଧାନସଭା ନିର୍ବାଚନ ମଣ୍ଡଳୀ(୫୫), ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀ(୫୬), କାମାକ୍ଷାନଗର ବିଧାନସଭା ନିର୍ବାଚନ ମଣ୍ଡଳୀ(୫୭), ପର୍ଜଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀ(୫୮), ଅନୁଗୁଳ ପାଲଲହଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ(୫୯), ତାଳଚେର ବିଧାନସଭା ନିର୍ବାଚନ ମଣ୍ଡଳୀ(୬୦), ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀ(୬୧) ନିମନ୍ତେ ଭାରତୀୟ ରାଜସ୍ୱ ସେବା ୨୦୧୦ ବ୍ୟାଚ୍‌ର ଅଧିକାରୀ ସନ୍ଦୀପ କୁମାର ମେହେଟାଙ୍କୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ଭାରତର ନିର୍ବାଚନ କମିସନ ନିଯୁକ୍ତ ଦେଇଛନ୍ତି। ତାଙ୍କ ମୋବାଇଲ୍ ନମ୍ବର ୮୯୮୫୯୭୨୩୯୫ ଏବଂ ଇମେଲ୍ ‘[email protected] ଅଟେ। ଶ୍ରୀ ମେହେଟା ଆସନ୍ତାକାଲି ଢେଙ୍କାନାଳଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଢେଙ୍କାନାଳ, କାମାକ୍ଷାନଗର, ପର୍ଜଙ୍ଗ ଓ ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ଭାରତୀୟ ରେଳ ହିସାବ ସେବା(ଆଇଆର୍ଏସ୍)ର ୨୦୦୬ ବ୍ୟାଚ୍‌ ଅଧିକାରୀ ଜେ.ଏଲ୍. ୱାଙ୍ଖଡ଼େଙ୍କୁ ଅନ୍ୟତମ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିର୍ବାଚନ କମିସନ ନିଯୁକ୍ତି ଦେଇଛନ୍ତି । ତାଙ୍କର ମୋବାଇଲ୍ ନମ୍ବର ୯୫୮୨୭୨୭୮୨୯ ଏବଂ ଇ ମେଲ୍- ‘[email protected] ବୋଲି ଜଣାପଡ଼ିଛି। ସେ ମଧ୍ୟ ଆସନ୍ତାକାଲି ଢେଙ୍କାନାଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର