ହାତୀ ଆକ୍ରମଣରେ ଜଣେ ମୃତ, ପ୍ରତିବାଦରେ କାମାକ୍ଷାନଗର ମୁଖ୍ୟରାସ୍ତା ଅବରୋଧ

କାମାକ୍ଷାନଗର: ହାତୀ ଆକ୍ରମଣରେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମ।ଞ୍ଚଳ ରେଞ୍ଜ ସୋଗର ଗ୍ରାମ ତାରିଣି ଢାବା ନିକଟରେ ହାତୀ ଆକ୍ରମଣରେ ଏପରି ଅଭାବନୀୟ ଘଟଣା ଘଟିଯାଇଛି। ମୃତକ ଜଣକ ହେଉଛନ୍ତି ଗୋଦରବିଲି ଗ୍ରାମର ହୃଦାନନ୍ଦ ମଲିକ୍ (୭୦)।

ସେ ସକାଳୁ ସୌଚ ପାଇଁ ଯାଇଥିବା ବେଳେ ଦଳିଦେଲା ଦନ୍ତା ହାତୀ । ଏହାକୁ ପ୍ରତିବାଦ କରି ସୋଗର ଛକ ନିକଟରେ ସ୍ଥାନୀୟ ଲୋକମାନେ ଢେଙ୍କାନାଳ କାମାକ୍ଷାନଗର ମୁଖ୍ୟ ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ ରେଞ୍ଜର ବିଭୂଦାନନ୍ଦ ମିଶ୍ରଙ୍କ ସମେତ ଅନ୍ୟମାନେ ପହଂଚି ବୁଝାଇଲା ପରେ ରାସ୍ତ।ରୋକ ହଟିଥିଲା । ମୃତକଙ୍କ ପରିବାରକୁ ପ୍ରାରମ୍ବିକ ପର୍ଯ୍ୟାୟରେ ୪୦ ହଜାର ଓ ପରେ ବାକି ୩ ଲକ୍ଷ ୬୦ ହଜାର ଦେବାର ବ୍ୟବସ୍ଥା କରାଯିବ କହିବା ପରେ ଶବକୁ ଲୋକମାନେ ଛାଡିଥିଲେ । ଶବକୁ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡ଼ିକାଲକୁ ପଠାଯାଇଛି।

ସମ୍ବନ୍ଧିତ ଖବର