ଢେଙ୍କାନାଳ: ମାଲବାହୀ ଟ୍ରେନ୍‌ ଧକ୍କାରେ ମାଈ ହାତୀର ମୃତ୍ୟୁ

ଢେଙ୍କାନାଳ: ମାଳବାହୀ ଟ୍ରେନ୍‌ ଧକ୍କାରେ ଶୁକ୍ରବାର ସନ୍ଧ୍ୟାରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ରେଞ୍ଜ ବାରଦା ଲେବଲ କ୍ରସିଂ ନିକଟରେ ଦ୍ରୁତଗାମୀ ଟ୍ରେନ୍‌ ଧକ୍କା ଦେବାରୁ ହାତୀର ମୃତ୍ୟୁ ଘଟିଛି। ନିକଟସ୍ଥ ଜଙ୍ଗଲରେ ପ୍ରାୟ ୪୫ଟି ହାତୀ ଚଳପ୍ରଚଳ କରୁଛନ୍ତି। ଆଜି ସନ୍ଧ୍ୟା ପ୍ରାୟ ୭ଟାରେ ଗୋଷ୍ଠୀ ଭିତରୁ ୨ଟି ହାତୀ ଟ୍ରେନ୍‌ ଲାଇନ୍‌ ଅତିକ୍ରମ କରିବାକୁ ଯାଉଥିବା ବେଳେ ମାଈ ହାତୀ ମୃତ୍ୟୁର ଶିକାର ହୋଇଛି।

ସୂଚନା ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ପହଂଚି ମୃତ ହାତୀକୁ ଠାବ କରିଛନ୍ତି। ବନ ବିଭାଗ ପକ୍ଷରୁ ଆକଳନ ଅନୁସାରେ ହାତୀର ବୟସ ପାଖାପାଖି ୪୦ ବର୍ଷ ହେବ। ଘଟଣାର ତଦନ୍ତ ଚାଲିଛି ବୋଲି ବନ ବିଭାଗ କହିଛି।

ସମ୍ବନ୍ଧିତ ଖବର