ଜଙ୍ଗଲ ଜଳୁଛି, ଜନଜୀବନ ଅସ୍ତବ୍ୟସ୍ତ

କାମାକ୍ଷାନଗର: କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାବେଳେ କାମାକ୍ଷାନଗର ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳ ରେଞ୍ଜର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଫଳରେ ତାପମାତ୍ରା ବୃଦ୍ଧି ପାଇ ନିକଟବର୍ତୀ ଗ୍ରାମବାସୀଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। କିଛିଦିନ ହେଲା ସୁନାଝରୀ, କାନପୁରା, ଅନନ୍ତପୁର, ଜିରିଡ଼ାମାଳି, ବିଜାଡିହ, ମହୁଲପାଳ, ଅଁଳାବେରେଣୀ, ବାଟଗାଁ, ବିରାଶାଳ ଜଙ୍ଗଲ ଜଳୁଛି। ଜଙ୍ଗଲରୁ ମୂଲ୍ୟବାନ ଗଛ ନଷ୍ଟ ହେବା ସାଙ୍ଗକୁ ଜଙ୍ଗଲୀ ଜୀବଜନ୍ତୁ ମଧ୍ୟ ବିପଦଗ୍ରସ୍ତ ହେଉଛନ୍ତି। ଜଙ୍ଗଲ ଛାଡ଼ି ଜୀବଜନ୍ତୁ ଗାଁ ଆଡ଼କୁ ପଳାଇ ଆସୁଛନ୍ତି। ଜଙ୍ଗଲ ନିଆଁ ଉଡ଼ି ଗାଁରେ ଅଗ୍ନିକାଣ୍ଡ ଘଟିବାର ଆଶଙ୍କା ରହୁଛି। ଅଞ୍ଚଳରେ ମାତ୍ରା ୪୦ ଡିଗ୍ରି ଉପରେ ରହୁଥିବାବେଳେ ଏହି ଜଙ୍ଗଲମାନଙ୍କରେ ବାରମ୍ବାର ନିଆଁ ଲାଗୁଛି। ବନ ବିଭାଗ ଏଥିପ୍ରତି ତୁରନ୍ତ ଦୃଷ୍ଟିଦେବାକୁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।

ସମ୍ବନ୍ଧିତ ଖବର