ଉତ୍କଳ ଆଜବେଷ୍ଟସ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ଢେଙ୍କାନାଳ: ସହର ଉପକଣ୍ଠ କୋରିଆଁ ବାଇପାସ୍‌ ସ୍ଥିତ ଉତ୍କଳ ଆଜବେଷ୍ଟସ୍‌ (ୟୁ.ଏ.ଏଲ୍) କାରଖାନାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆଜି ଅନୁଷ୍ଠିତ ହୋଇଛି। କଟକ ଅଗ୍ରୱାଲା ଚକ୍ଷୁ ଚିକିତ୍ସାଳୟର ସହଯୋଗରେ ଆୟୋଜିତ ଏହି ଶିବିରକୁ ୟୁ.ଏ.ଏଲ୍‌ର କାର୍ଯ୍ୟକାରୀ ପରିଚାଳନା ନିର୍ଦେଶକ କୌଶଲେଶ ନନ୍ଦନ ପ୍ରସାଦ ସିହ୍ନା ଉଦ୍‌ଘାଟନ କରିଥିଲେ। ଅଗ୍ରୱାଲା ଚକ୍ଷୁ ଚିକିତ୍ସାଳୟର ଡାକ୍ତର ଏବଂ ଟେକ୍ସିଆନ୍ କର୍ମଚାରୀମାନେ ପଞ୍ଜୀକୃତ ରୋଗୀମାନଙ୍କ ଚକ୍ଷୁ ପରୀକ୍ଷା କରି ପରାମର୍ଶ ଦେଇଥିଲେ। ୟୁ.ଏ.ଏଲ୍‌ ପକ୍ଷରୁ ସେମାନଙ୍କୁ ମାଗଣା ଚଷମା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି। ଶିବିର ଆସନ୍ତକାଲି ପର୍ଯ୍ୟନ୍ତ ଚାଲିବ। ୟୁଏ.ଏଲ୍ ଢେଙ୍କାନାଳ ଶାଖାର ସାଧାରଣ ପରିଚାଳକ ରଘୁନାଥ ସିଂହଙ୍କ ତତ୍ତ୍ବାବଧାନରେ ଶିବିର ପରିଚାଳିତ ହେଉଛି। ଆଖପାଖ ଅଞ୍ଚଳର ୩୫୦ରୁ ଅଧିକ ଲୋକ ଚକ୍ଷୁ ପରୀକ୍ଷା ପାଇଁ ପଞ୍ଜୀକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଆଜି ୧୪୦ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇଛି। କାମଦେବ ପରିଡା,ଅନିରୁଦ୍ଧ ରଥ,ଅଜିତ୍ କୁମାର ଦେହୁରୀଙ୍କ ସହଯୋଗରେ ରୋଗୀମାନଙ୍କ ନାମ ପଞ୍ଜୀକୃତ କରାଯାଇଥିଲା। କଂପାନିର ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି।

ସମ୍ବନ୍ଧିତ ଖବର