ରାଜପଥରେ କାଦୁଅ ଭର୍ତି : ଦୁଇଘଣ୍ଟା ଅଟକିଲା ଗାଡ଼ି

ଭୁବନ: ଚଣ୍ଡିଖୋଲ ଠାରୁ କାମାକ୍ଷାନଗର ଦେଇ ତାଳଚେର ପର୍ଯ୍ୟନ୍ତ ୫୩ ନମ୍ବର ଜାତୀୟ ରାଜପଥ ୪ ଥାକିଆ କରାଯାଉଛି। ରାସ୍ତାରେ ଅନେକ ସ୍ଥାନରେ ମାଟିମିଶା ମୋରମ ପକାଯାଇଛି। ଏବେ ବର୍ଷା ଯୋଗୁଁ ରାସ୍ତା କାଦୁଅ ହେଉଥିବାରୁ ଜନସାଧାରଣ ଯାତାୟାତ ପାଇଁ ବହୁ ଅସୁବିଧା ଭୋଗୁଛନ୍ତି। ଭୁବନ ତହସିଲ କାର୍ଯ୍ୟାଳୟ ନିକଟରୁ ଅନନ୍ତପୁର ପର୍ଯ୍ୟନ୍ତ କାଦୁଅ ଯୋଗୁଁ ଜାତୀୟ ରାଜପଥରେ ଯା’ଅାସ କରିବା ମୁସ୍କିଲ୍‌ ହେଉଛି। ଯମୁନାକୋଟଠାରେ ଆଜି ସକାଳ ପ୍ରାୟ ସାଢ଼େ ୬ଟାରୁ ସାଢ଼େ ୮ଟା ପର୍ଯ୍ୟନ୍ତ ଶହ ଶହ ଟ୍ରକ୍‌ ଅଟକି ରହିଥିଲା। ଅନେକ ବାଇକ୍‌ ଚାଳକ ମଧ୍ୟ ଅଟକିବାକୁ ବାଧ୍ୟ ହୋଇଥିଲେ। ଗାଡ଼ି ଚାଳକ ଓ ପଥିକମାନେ କାଦୁଅ ସଫା କରିବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର