କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଜଗନ୍ନାଥପୁର ଗ୍ରାମ ପ˚ଚାୟତ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ସ˚ଘ ଜଗନ୍ନାଥପୁର ଗ୍ରାମରଏକ ଅସହାୟ ପରିବାରକୁ ଆର୍ଥିକ ସାହାଯ୍ୟ ଯୋଗାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଗତ ୭ ତାରିଖ ଦିନ ଗ୍ରାମର ଗଣେଶ୍ବର ମଲ୍ଲିକ (୨୨)ଙ୍କ ସାପ କାମୁଡ଼ାରେ ମୃତ୍ୟୁ ଘଟିଥିଲା। ପିତାମାତାଙ୍କ ମୃତ୍ୟୁ ପରେ ଗଣେଶ୍ବର ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ଘରେ ଥିବା ବୁଢ଼ୀ ମା’ ଓ ଛୋଟ ଭଉଣୀ ତାର ଶୁଦ୍ଧିକ୍ରିୟା କରିବାକୁ ପାଖରେ ପଇସା ମଧୢ ନଥିଲା। ଏଭଳି ଅବସ୍ଥା ଦେଇ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଏହି ପରିବାରକୁ ସାହାଯ୍ୟ କରିବାପାଇଁ ଆଗେଇ ଆସିଥିଲେ। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀମାନେ ୨୫ ହଜାର ଟଙ୍କା ସଂଗ୍ରହ କରିଛନ୍ତି। ଏହି ପରିବାରକୁ ୧୦ ହଜାର ଟଙ୍କା ନଗଦ ଦେଇଥିବା ବେଳେ ଅବଶିଷ୍ଟ ଅର୍ଥ ବ୍ୟାଙ୍କ ତାଙ୍କ ଆକାଉଣ୍ଟରେ ଡିପୋଜିଟ୍ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ଦିନରେ ଏହି ପରିବାରକୁ ସାହାଯ୍ୟର ହାତ ବଢ଼ାଇବା ପାଇଁ ସ˚ଘର ସଭାପତି ବିଭୂତି ଖଟୁଆ କହିଛନ୍ତି। ହାଇସ୍କୁଲ ଶିକ୍ଷକ ଛାୟାକାନ୍ତ ଦାସ, ମନୋଜ ବିଶ୍ବାଳ, ପୁରାତନ ଛାତ୍ର ଶିଶିର ରାଉତ, ଶିଶିର ବେହେରା, ଦୁର୍ଯ୍ୟୋଧନ ନାୟକ ପ୍ରମୁଖ ସହାୟତା ରାଶି ପ୍ରଦାନ ବେଳେ ଉପସ୍ଥିତ ଥିଲେ।
ଅସହାୟ ପରିବାରକୁ ସହାୟତା
/sambad/media/post_attachments/wp-content/uploads/2019/07/dhenkana-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)