୧୬ ଲକ୍ଷ ଟଙ୍କାର କେନ୍ଦୁପତ୍ର ଜବତ, ୩ଟି ରାଜ୍ୟର ଗାଡ଼ି ନମ୍ବର ବ୍ୟବହୃତ ହେଉଥିବା ଟ୍ରକ୍‌ ଜବତ

0 125

ଢେଙ୍କାନାଳ: ଅଭିନବ ଉପାୟରେ କେନ୍ଦୁପତ୍ର ଚାଲାଣ ହେଉଛି। କେତେବେଳେ ପେଟ୍ରୋଲ ଟ୍ୟାଙ୍କରରେ କେନ୍ଦୁପତ୍ର ଚାଲାଣ ହେଉଛି ତ କେତେବେଳେ ଧାନ ବୋଝେଇ ବସ୍ତା ଭିତରେ କେନ୍ଦୁପତ୍ର ବାହାର ରାଜ୍ୟକୁ ଯାଉଛି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଫାଣ୍ଡି ପୁଲିସ ଶନିବାର ରାତି ୧୨ଟାରେ ଜାତୀୟ ରାଜପଥ ୫୫ ନମ୍ବର ଦେଇ ଯାଉଥିବା ଏକ କେନ୍ଦୁପତ୍ର ବେଝେଇ ୧୦ ଚକିଆ ଟ୍ରକ୍‌କୁ ଜବତ କରିଛି।

ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଗୋବିନ୍ଦପୁର ଫାଣ୍ଡି ଅଧିକାରୀ ପ୍ରଶାନ୍ତ କୁମାର ଲେଙ୍କା ଜାତୀୟ ରାଜପଥରେ ଜଗି ବସିଥିଲେ। ଟ୍ରକ (ଓଆର ୦୪ସି ୮୮୨୫) ଆସିବା ମାତ୍ରେ ଟିମ୍‌ ସହିତ ହଠାତ ସଦଳବଳେ ପହଞ୍ଚି ଯାଇଥିଲେ। ଫଳରେ ଘଟଣାସ୍ଥଳରୁ ଟ୍ରକର ଚାଳକ ଫେରାର ହୋଇଯାଇଥିଲେ। ଢେଙ୍କାନାଳ ସଦର ରେଞ୍ଜର ଅଧିକାରୀ କହିଛନ୍ତି, ଜବତ ହୋଇଥିବା କେନ୍ଦୁପତ୍ରର ମୂଲ୍ୟ ୧୬ ଲକ୍ଷ ଟଙ୍କା ହେବ।

ସବୁଠାରୁ ଆଶ୍ଚର୍ଯ୍ୟର ବିଷୟଯେ ଟ୍ରକ୍‌ରେ ଓଡ଼ିଶାର ଗାଡ଼ି ନମ୍ବର ଲାଗିଥିବା ବେଳେ ଟ୍ରକ୍‌ ଭିତରୁ ପଶ୍ଚିମବଙ୍ଗ(ଡବ୍ଲୁବି ୩୩ଏ ୦୫୦୭) ଓ ନାଗାଲାଣ୍ଡ (ଏନ୍‌ଏଲ୍‌ ୦୨ଏନ୍‌ ୮୫୦୪) ନମ୍ବର ଜବତ ହୋଇଛି। ଗାଡ଼ି ଚାଳକ ଯେଉଁ ରାଜ୍ୟ ଦେଇ ଗତି କରୁଥିଲେ, ସେହି ରାଜ୍ୟର ଗାଡ଼ି ନମ୍ବରକୁ ବ୍ୟବହାର କରୁଥିଲେ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.